16.1 C
Bhubaneswar
Thursday, January 9, 2025
Homeଓଡିଶାମହାବିଦ୍ୟାଳୟ ନଥିବା ୧୮ଟି ବ୍ଲକରେ ଖୋଲିବ ଯୁକ୍ତ-୩ ମହାବିଦ୍ୟାଳୟ

ମହାବିଦ୍ୟାଳୟ ନଥିବା ୧୮ଟି ବ୍ଲକରେ ଖୋଲିବ ଯୁକ୍ତ-୩ ମହାବିଦ୍ୟାଳୟ

ଭୁବନେଶ୍ୱର: ଶିକ୍ଷାରେ ସମାନତା ଓ ଉତ୍କର୍ଷ ଆଣିବା ସହ ଶିକ୍ଷାକୁ ସୁଦୂର ପ୍ରସାରୀ କରିବା ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ନଥିବା ୧୮ ବ୍ଲକରେ କଳା ବିଭାଗର ସ୍ନାତକ ସ୍ତରୀୟ (ଯୁକ୍ତ-୩) ମହାବିଦ୍ୟାଳୟ ଖୋଲାଯିବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୪-୨୫ ଶିକ୍ଷାବର୍ଷରୁ ଏହି ମହାବିଦ୍ୟାଳୟଗୁଡ଼ିକରେ ଶିକ୍ଷାଦାନ ଆରମ୍ଭ କରାଯିବ ।

ଗଜପତିର ଗୁମ୍ମା, ଗଞ୍ଜାମର ଧରାକୋଟ, କଳାହାଣ୍ଡିର ଥୁଆମୂଳ-ରାମପୁର, କନ୍ଧମାଳର ଖଜୁରିପଡ଼ା, କୋରାପୁଟର ବନ୍ଧୁଗାଁ, ନାରାୟଣପାଟଣା, ମାଲକାନଗିରିର ଚିତ୍ରକୋଣ୍ଡା, ମୟୂରଭଞ୍ଜର ତିରିଂ, ନବରଙ୍ଗପୁରର ତେନ୍ତୁଳିଖୁଣ୍ଟି, କୋଷଗୁମୁଡ଼ା, ଝରିଗାଁ, ରାଇଗଡ଼, ରାୟଗଡ଼ାର କାଶିପୁର, ରାମନାଗୁଡ଼ା, ଚନ୍ଦ୍ରପୁର, ସୁନ୍ଦରଗଡ଼ର ନୂଆଗାଁ, ଗୁରୁଣ୍ଡିଆ, କୁଆଁରମୁଣ୍ଡା ଆଦି ବ୍ଲକରେ ସ୍ନାତକ ମହାବିଦ୍ୟାଳୟ ଖୋଲାଯିବ ।

ଏହିସବୁ ମହାବିଦ୍ୟାଳୟଗୁଡ଼ିକ ନିମନ୍ତେ ବ୍ଲକ ହେଡ଼ କ୍ୱାର୍ଟର ଠାରୁ ୫କିମି ପରିସୀମା ଭିତରେ ୧୦ ଏକର ଜମି ଯୋଗାଇଦେବାକୁ ସେହି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ ନିର୍ଦ୍ଦେଶ ଦେଇଛନ୍ତି । ମହାବିଦ୍ୟାଳୟଗୁଡ଼ିକର ନିଜସ୍ୱ ଭିତ୍ତିଭୂମି ବିକାଶ ନହେବା ପର୍ଯ୍ୟନ୍ତ ଅସ୍ଥାୟୀ ଗୃହରେ ଶିକ୍ଷାଦାନ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking