31.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଶସ୍ତା ହେଲା ଥଣ୍ଡା, ଜ୍ୱର, ସୁଗାର ସମେତ ୩୯ ଔଷଧ

ଶସ୍ତା ହେଲା ଥଣ୍ଡା, ଜ୍ୱର, ସୁଗାର ସମେତ ୩୯ ଔଷଧ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଥଣ୍ଡା, ଜ୍ୱର, ସୁଗାର ଭଳି ରୋଗ କ୍ଷେତ୍ରରେ ବହୁଳ ବ୍ୟବହାର ହେଉଥିବା ଔଷଧଗୁଡ଼ିକୁ ଶସ୍ତା କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି । ସାମାନ୍ୟ ଶାରୀରିକ ଯନ୍ତ୍ରଣା, ହୃଦୟ ସମ୍ବନ୍ଧିତ ରୋଗ, ଗଣ୍ଠି ଯନ୍ତ୍ରଣା ଲାଗି ବ୍ୟବହାର କରାଯାଉଥିବା ତୈଳ, ସଂକ୍ରମଣ ଭଳି ବ୍ୟବହାର ହେଉଥିବା ଔଷଧ ସମେତ ମୋଟ୍ ୩୯ ପ୍ରକାର ଔଷଧ ଉପରୁ ମୂଲ୍ୟ ହ୍ରାସ କରାଯିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଛନ୍ତି ।

ଏତଦ୍‌ବ୍ୟତୀତ ୪ଟି ବିଶେଷ ବୈଶିଷ୍ଟ୍ୟ ସମ୍ପନ୍ନ ଔଷଧକୁ ମଧ୍ୟ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି । ଜାତୀୟ ଫାର୍ମାସ୍ୟୁଟିକାଲ୍ସ ମୂଲ୍ୟ ନିର୍ଦ୍ଧାରଣ କର୍ତ୍ତୃପକ୍ଷ ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି । କେଉଁ କେଉଁ ଔଷଧକୁ ଏହି ୩୯ ପ୍ରକାର ଔଷଧ ତାଲିକାରେ ସାମିଲ କରାଯାଇଛି ଏହି ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦେଶର କୋଟି କୋଟି ଗରିବ ତଥା ମଧ୍ୟବିତ୍ତଙ୍କ ପାଇଁ ବେଶ ଉପାଦେୟ ସାବ୍ୟସ୍ତ ହେବ ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking