33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶ୩୮୮୬୨ ଗରୀବଙ୍କୁ ମିଳିବ ପକ୍କା ଘର; ପିଏମ ଆବାସ ଯୋଜନାରେ ପାଇବେ ନିଜ ଅଧିକାର

୩୮୮୬୨ ଗରୀବଙ୍କୁ ମିଳିବ ପକ୍କା ଘର; ପିଏମ ଆବାସ ଯୋଜନାରେ ପାଇବେ ନିଜ ଅଧିକାର

ନୂଆଦିଲ୍ଲୀ: ଲମ୍ବା ସମୟଧରି ନିଜ ଘର ତିଆରି କରିବା ସ୍ୱପ୍ନ ଯେଉଁ ଗରିବମାନେ ଦେଖୁଥିଲେ ସରକାର ସେମାନଙ୍କ ପାଇଁ ଖୁସି ଖବର ଆଣିଛନ୍ତି । ପ୍ରଧାନମନ୍ତ୍ରୀ ଯୋଜନାରେ ଗରିବ ମାନଙ୍କୁ ୩୮୮୬୨ ଘର ଶୀଘ୍ର ମିଳିବାକୁ ଯାଉଛି । ବର୍ତ୍ତମାନ ୫୮୫୯ ଆବାସର ବଜେଟ ଆସି ନାହିଁ ଯାହାପାଇଁ ଦରଖାସ୍ତ ଲେଖାଯାଇ ପଠାଯାଉଛି । ସୂଚନା ମୁତାବକ ସବୁଠାରୁ ଅଧିକ ୫୦୮୦ ଘର କୋରାନାରେ ସ୍ୱୀକୃତି ପାଇସାରିଲାଣି ।

ନିଜ ଘର ତିଆରି କରିବା ସ୍ୱପ୍ନକୁ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବ ମାନେ ବହୁ ଦିନରୁ ଆବେଦନ କରିଆସୁଛନ୍ତି । ହେଲେ ବଜେଟ ଅଭାବ କାରଣରୁ ଏହି କାମ ଅଟକ ରହିଛି । ତେଣୁ ଗ୍ରାମ ବିକାଶ ଅଭିକରଣରେ ଏହି ଆବେଦନ ପତ୍ରକୁ କଢାଯାଇ ଚୟନ କରାଯାଇଛି ଏବଂ ଏଥିରେ ୩୮୮୬୨ ଲୋକଙ୍କୁ ଚୟନ କରାଯାଇଛି, ଯେଉଁମାନଙ୍କୁ ଏଥର ଘର ଆବଣ୍ଟନ କରାଯିବ । ତେବେ ଏଥିରେ ୫୮୫୯ ଆବାସର ବଜେଟ ପଠାଯାଇନାହିଁ । ଯାହାକୁ ଆସନ୍ତା କିସ୍ତୀରେ ଦିଆଯିବ । ଅନ୍ୟାନ୍ୟ ଲୋକଙ୍କୁ ଖୁବ ଶୀଘ୍ର ଟଙ୍କା ଦିଆଯିବା ବ୍ୟବସ୍ଥା କରଯାଉଛି ।

ପିଏମ ଆବାସ ଯୋଜନାରେ ସରକାର ପ୍ରତ୍ୟେକ ଘର ପାଇଁ ଏକ ଲକ୍ଷ ୨୦ହଜାର ଟଙ୍କା ଦେଉଛନ୍ତି । ସେହିପରି ପାହାଡ଼ ଅଞ୍ଚଳରେ ଘର ବନାଇବା ପାଇଁ ୧ ଲକ୍ଷ ୩୦ହଜାର ଟଙ୍କା ପ୍ରଦାନ କରୁଛନ୍ତି । ଏହି ଘର ସେହି ମାନଙ୍କୁ ମିଳିବ ଯେଉଁମାନଙ୍କ ଘର ପକ୍କା ହୋଇ ନଥିବ ଏବଂ ସେହି ବ୍ୟକ୍ତିଙ୍କ ପାଖରେ କୌଣସି ଗାଡ଼ି ନଥିବ । ତେବେ ଏହି ଲିଷ୍ଟରେ ଆପଣଙ୍କ ନାମ https://awaassoft.nic.in/netiay/AdvanceSearch.aspx ଲିଙ୍କକୁ ଯାଇ ଚେକ କରି ପାରିବେ । ଲିଙ୍କରେ କ୍ଲିକ କରି ସିଧା ସର୍ଚ୍ଚ ମେନୁକୁ ଯାଇ ଏଥିରେ ଦିଆଯାଇଥିବା ସୂଚନାକୁ ଭରିବାକୁ ପଡ଼ିବ ଯେପରି ନିଜ ରାଜ୍ୟ, ଜିଲ୍ଲା, ବ୍ଲକ । ଏହାପରେ ଆପଣ ଲିଷ୍ଟରେ ନିଜ ନାମ ଚେକ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking