28.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶଦେଶରେ ୩,୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ୩,୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ଆଉ ୩,୭୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୦,୧୭୭କୁ ବୃଦ୍ଧି ପାଇଛି। ଗତକାଲି ୩,୩୨୫ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ୨୪ ଘଣ୍ଟାରେ ୭,୬୯୮ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ ଦିନକରେ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୩୧ ହଜାର ୫୮୪ରେ ପହଞ୍ଚିଛି।

ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪କୋଟି ୪୯ ଲକ୍ଷ ୫୬ ହଜାର ୭୧୬କୁ ବୃଦ୍ଧି ପାଇଛି। ସେହିପରି ୪ କୋଟି ୪୩ ଲକ୍ଷ ୮୪ ହଜାର ୯୫୫ ଲୋକେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୦.୦୯ ପ୍ରତିଶତ ହୋଇଛି। ଆରୋଗ୍ୟ ହାର ୯୮.୭୩ ପ୍ରତିଶତ। ମୃତ୍ୟୁ ହାର ୧.୧୮ ପ୍ରତିଶତ। ଦେଶରେ ଏଯାଏଁ ୨୨୦.୬୬ କୋଟି କରୋନା ଟିକାର ପାନ ନେଇ ସାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking