34.1 C
Bhubaneswar
Tuesday, May 6, 2025
Homeଓଡିଶାମଠ ଓ ମନ୍ଦିରର ଉନ୍ନତିକରଣ ପାଇଁ ୩୭ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର

ମଠ ଓ ମନ୍ଦିରର ଉନ୍ନତିକରଣ ପାଇଁ ୩୭ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର

କଟକ: ସ୍ଥାନୀୟ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ପୂର୍ତ୍ତ ବିଭାଗ ମଣ୍ଡଳ ପକ୍ଷରୁ ଚଳିତ ଆର୍ôଥକ ବର୍ଷ ୨୦୨୩-୨୪ରେ ମଣ୍ଡଳ ଅଧିନରେ ରହିଥିବା ୩ଟି ଜିଲ୍ଲାର ମଠ ଓ ମନ୍ଦିର ଉନ୍ନତିକରଣ ପାଇଁ ୩୭ କୋଟି ୯୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ତାଙ୍କ ନିଜସ୍ୱ ପାଣ୍ଠିରୁ ଏହି ପରିମାଣର ଅର୍ଥ ମଞ୍ଜୁର କରିଥିବା ବେଳେ ୫୭ଟି ମଠ ଓ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପି.କେ. ରଥଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି । ବିଭାଗ ସୂତ୍ରରୁ ଜଣାଯାଇଛି ଯେ, ଚଳିତ ଆର୍ôଥକ ବର୍ଷରେ କଟକ ଡିଭିଜନ-୨ ଅଧିନରେ ଥିବା ପରମହଂସ ପୀଠର ନବୀକରଣ ପାଇଁ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୩ କୋଟି ୩୪ ଲକ୍ଷ ୭୬ ହଜାର ଟଙ୍କାର ବ୍ୟୟ ଅଟକଳ କରାଯାଇଥିବାବେଳେ ନିଆଳିର ମାଧବାନନ୍ଦଜୀଉ ପୀଠର ନବୀକରଣ ପାଇଁ ୩ କୋଟି ୨ ଲକ୍ଷ ୪୨ ହଜାର ଟଙ୍କାର ଆର୍ôଥକ ଅନୁଦାନ ମଞ୍ଜୁର ହୋଇଛି ।

ସେହିଭଳି ଯାଜପୁର ଜିଲ୍ଲାର ସୁକିନ୍ଦା ଜଗନ୍ନାଥ ମନ୍ଦିର, ଜୟଚଣ୍ଡି ମନ୍ଦିର, କୋରେଇ ଜଗନ୍ନାଥ ମନ୍ଦିର, ଗୋକର୍ଣ୍ଣେଶ୍ୱର ମନ୍ଦିର, ବେଲେଶ୍ୱର ମନ୍ଦିର, ନାରାୟଣ ଗୋସେଇଁ ମନ୍ଦିର, ବରୁଣେଶ୍ୱର ମନ୍ଦିର ସହିତ ସମସ୍ତ ୫୭ଟି ମଠ ଓ ମନ୍ଦିରର ଉନ୍ନତିକରଣ କରାଯିବ । ଏଥିପାଇଁ ସର୍କଲ ପକ୍ଷରୁ ଟେଣ୍ଡର ପ୍ରକ୍ରିୟା ସରିଥିବାବେଳେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଇଂ. ରଥ ସୂଚନା ଦେଇଛନ୍ତି । ଆଜି ଏ ସଂପର୍କରେ ଇଂ. ରଥଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ପୂର୍ତ୍ତ ଡିଭିଜନ-୧ ଓ ୨ ର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ କୁମାର ମାଝି ଓ ଅନୂପ କୁମାର ବେହେରା ଯୋଗଦେଇ ଟେଣ୍ଡର ପ୍ରକ୍ରିୟା ଶେଷ ହେଲେ ଖୁବ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ବୋଲି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking