27.1 C
Bhubaneswar
Wednesday, June 18, 2025
Homeଦେଶ ବିଦେଶବିମାନ ସହ ଧକ୍କା ହେବାରୁ ୩୬ ଫ୍ଲାମିଙ୍ଗୋ ପକ୍ଷୀ ମୃତ

ବିମାନ ସହ ଧକ୍କା ହେବାରୁ ୩୬ ଫ୍ଲାମିଙ୍ଗୋ ପକ୍ଷୀ ମୃତ

ନୂଆଦିଲ୍ଲୀ : ମୁମ୍ବାଇରେ ଘାଟକୋପର ଅଞ୍ଚଳର ବିଭିନ୍ନ ସ୍ଥାନରୁ ଫ୍ଲାମିଙ୍ଗୋ ପକ୍ଷୀ ମୃତ ଅବସ୍ଥାରେ ମିଳିଛନ୍ତି। ବିମାନ ସହ ଧକ୍କା ହେବାରୁ ୩୬ ଫ୍ଲାମିଙ୍ଗୋ ପକ୍ଷୀଙ୍କର ମୃତ୍ୟୁ ହୋଇଛି। ବିଭିନ୍ନ ସ୍ଥାନରେ ପକ୍ଷୀମାନେ ମରି ପଡ଼ିଥିବାର ଦେଖି ଲୋକମାନେ ଏହା ବିଷୟରେ ରେସ୍‌କ୍ୟୁଙ୍ଗ୍ ଆସୋସିଏସନ ଫର୍ ୱାଇଲ୍ଡଲାଇଫ୍ ୱେଲଫେୟାରକୁ କଲ୍ କରି ଜଣାଇଥିଲେ। ବନ ଅଧିକାରୀ ମୃତ ଫ୍ଲାମିଙ୍ଗୋ ପକ୍ଷୀମାନଙ୍କୁ ହଟାଇ ଘଟଣାର ତଦନ୍ତ କରୁଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ଟାରେ ଏମିରେଟ୍ସ ବିମାନ ମୁମ୍ବାଇକୁ ଆସୁଥିବା ବେଳେ ହଠାତ ବିମାନ ସହ ୩୬ଟି ଫ୍ଲାମିଙ୍ଗା ପକ୍ଷୀ ଧକ୍କା ହୋଇଥିଲେ। ସେହି ଧକ୍କା ପରେ ମୁମ୍ବାଇର ଘାଟକୋପର ଅଞ୍ଚଳରେ ଅନେକ ଫ୍ଲାମିଙ୍ଗା ପକ୍ଷୀ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା। ବିଭିନ୍ନ ସ୍ଥାନରେ ପକ୍ଷୀମାନେ ମରି ପଡ଼ିଥିବାର ଦେଖି ଲୋକମାନେ ଏହା ବିଷୟରେ ରେସ୍‌କ୍ୟୁଙ୍ଗ୍ ଆସୋସିଏସନ ଫର୍ ୱାଇଲ୍ଡଲାଇଫ୍ ୱେଲଫେୟାରକୁ କଲ୍ କରି ଜଣାଇଥିଲେ। ବନ ଅଧିକାରୀ ଏବଂ ପଶୁ କାର୍ଯ୍ୟକର୍ତ୍ତାମାନେ ମୃତ ଫ୍ଲାମିଙ୍ଗା ପକ୍ଷୀମାନଙ୍କୁ ହଟାଇ ଦେଇଛନ୍ତି। ତେବେ ମୃତ୍ୟୁର ସଠିକ କାରଣ ଜାଣିବା ପାଇଁ ବର୍ତ୍ତମାନ ସମସ୍ତ ମୃତ ପକ୍ଷୀଙ୍କୁ ଶରୀରକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏପରିକି ଏହି ଦୁର୍ଘଟଣାରେ ବିମାନଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking