29.1 C
Bhubaneswar
Saturday, July 27, 2024
Homeବଲିଉଡ୩ଦିନରେ ୩୫୦ କୋଟି ....

୩ଦିନରେ ୩୫୦ କୋଟି ….

ବ୍ୟୁରୋ : ୭ ସେପ୍ଟେମ୍ବର ଗୁରୁବାର ଦିନ ରିଲିଜ୍ ହୋଇଥିଲା ବଲିଉଡର କିଙ୍ଗ ଖାନଙ୍କ ଫିଲ୍ମ ‘ଜୱାନ’। ରିଳିଜ ହେବା ପରେ ‘ପଠାନ’ ଏବଂ ‘ଗଦର-୨’ ଭଳି ଫିଲ୍ମର ରେକର୍ଡ ଭାଙ୍ଗିବାରେ ଲାଗିଛି ‘ଜୱାନ’ । ଫିଲ୍ମରେ ଶାହରୁଖ ଖାନଙ୍କ ଲୁକ, ଆକ୍ସନ ଏବଂ ଡାଇଲଗକୁ ନେଇ ଦର୍ଶକମାନଙ୍କର କ୍ରେଜ ବଢ଼ିବାରେ ଲାଗିଛି । ତେବେ ଏହି ଫିଲ୍ମଟି ବଲିଉଡ ଇତିହାସରେ ସବୁଠୁ ବଡ଼ ଓପନିଂ ଫିଲ୍ମ ପାଲଟିଛି । ରିଲିଜ ପୂର୍ବରୁ ହିଁ ଏହି ଫିଲ୍ମଟି ଆଡ଼ଭାନ୍ସ ବୁକିଂ ରେ ୫୦ କୋଟିରୁ ଉର୍ଦ୍ଧ ଟଙ୍କା ରୋଜଗାର କରିଥିଲା । ତେବେ ରିଲିଜ ହେବାର ପ୍ରଥମ ଦିନରେ ଫିଲ୍ମ ‘ଜୱାନ’ ଭାରତରେ ୭୫ କୋଟି ଟଙ୍କା ଆୟ କରିଥିଲା । ଦ୍ଵିତୀୟ ଦିନରେ ୫୩ କୋଟି ଟଙ୍କାରୁ ଉର୍ଦ୍ଧ ଆୟ କରିଥିବା ବେଳେ ତୃତୀୟ ଦିନରେ ୭୫ କୋଟି ଟଙ୍କାରୁ ଉର୍ଦ୍ଧ ଟଙ୍କା ରୋଜଗାର କରିଛି । ଏହାକୁ ନେଇ ‘ଜୱାନ’ ୩ଦିନରେ ୩୫୦କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି । ‘ଜୱାନ’ ବିଶ୍ଵବ୍ୟାପୀ ହିନ୍ଦୀ, ତାମିଲ, ତେଲୁଗୁ ଆଦି ଭାଷାରେ ରିଲିଜ ହୋଇଥିଲା । ଏଥିରେ ଶାହରୁଖ ଖାନଙ୍କ ସମେତ ସାଉଥ ଅଭିନେତ୍ରୀ ନୟନତାରା, ବିଜୟ ସେତୁପତି, ସାନ୍ୟା ମଲହୋତ୍ରା, ସୁନିଲ ଗ୍ରୋଭର ଆଦିଙ୍କୁ ମୁଖ୍ୟ ଭୂମିକା ରେ ଦେଖାଯାଇଛନ୍ତି । ଫିଲ୍ମଟି କେବଳ ହିନ୍ଦୀ ଭାଷାରେ ୬୭.୭୨ କୋଟି ରୋଜଗାର କରିଥିବା ବେଳେ ଅନ୍ୟ ସମସ୍ତ ଭାଷାରେ ୧୪୪.୨୨ କୋଟି ଟଙ୍କା ରୋଜଗାର କରିଛି । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜୱାନ’ ୩୦୦ କୋଟି ବଜେଟ ରେ ନିର୍ମିତ ଏହି ଫିଲ୍ମ ଖୁବ ଶୀଘ୍ର ୧ ହଜାର କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଇଛି । ତେବେ ଆଗାମୀ ସମୟରେ ‘ଜୱାନ’ ଅଭିନେତା ରଜନୀକାନ୍ତଙ୍କ ଫିଲ୍ମ ‘ଜେଲର’ ର ରେକର୍ଡ ଭାଙ୍ଗି ପାରୁଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking