30.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶଆତତାୟୀ ଆକ୍ରମଣରେ ୩୨ ମୃତ

ଆତତାୟୀ ଆକ୍ରମଣରେ ୩୨ ମୃତ

ଖାର୍ଟୁମ୍ : ଆଫ୍ରିକୀୟ ରାଷ୍ଟ୍ର ସୁଦାନ ଓ ସାଉଥ୍ ସୁଦାନ ମଧ୍ୟରେ ଥିବା ଏକ ବିବାଦୀୟ ଅଞ୍ଚଳରେ ଅଜଣା ଆତତାୟୀଙ୍କ ଆକ୍ରମଣରେ ୩୨ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଜାତିସଂଘ ଶାନ୍ତିବାହିନୀର ଜଣେ ଯବାନ ମଧ୍ୟ ସାମିଲ ଅଛନ୍ତି । ୁଆହତ ୨୦ ଜଣଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୁଦାନ ରେଡିଓ ପକ୍ଷରୁ କୁହାଯାଇଛି ଯେ ଗତ ରବିବାର ଶତାଧିକ ବନ୍ଧୁକଧାରୀ ବ୍ୟକ୍ତି ଆବ୍‌ୟେଇ ଅଞ୍ଚଳରେ ଅବସ୍ଥିତ ଦୁଇଟି ଗ୍ରାମରେ ପ୍ରବେଶ କରି ଲୋକଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ତେବେ ସେହି ଅଞ୍ଚଳରେ ଶାନ୍ତି ଫେରିଆସିଥିଲେ ସୁଦ୍ଧା ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନାଯୋଗ୍ୟ ଉଭୟ ସୁଦାନ ଓ ସାଉଥ୍ ସୁଦାନ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିଆସୁଥିବାରୁ ନିୟମିତ ବ୍ୟବଧାନରେ ସେଠାରେ ଏଭଳି ଘଟଣା ଘଟୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking