30.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଆଫଗାନିସ୍ତାନ ସେନାର ବଡ଼ ଅପରେସନ୍ : ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ଗଡ଼ିଲା ମୁଣ୍ଡ 

ଆଫଗାନିସ୍ତାନ ସେନାର ବଡ଼ ଅପରେସନ୍ : ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କ ଗଡ଼ିଲା ମୁଣ୍ଡ 

କାବୁଲ : ଆଫଗାନ ସେନା ଗୁଳିରେ ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀ ମୃତ । ଆଫଗାନିସ୍ତାନରେ ତାଲିବାନ ଏବଂ ଆଫଗାନିସ୍ତାନ ସେନା ମଧ୍ୟରେ ବିବାଦ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଆମେରିକାର ସେନା ପ୍ରତ୍ୟାହାର ପରଠାରୁ ତାଲିବାନୀ ଆତଙ୍କୀ ଦେଶକୁ କବଜା କରିବାକୁ ଚେଷ୍ଟା କରୁଥିବା ଦେଖାଯାଉଛି । ତେବେ ଆଫଗାନିସ୍ତାନ ସେନାର ପାଲଟା ଆକ୍ରମଣ ପରେ ଏବେ ସେଠାରେ ଗୃହଯୁଦ୍ଧ ପରି ପରିସ୍ଥିତି ସୃଷ୍ଟି ହୋଇଛି । ଆଫଗାନିସ୍ତାନ ସେନା ୩୦୦ରୁ ଅଧିକ ତାଲିବାନୀ ଆତଙ୍କୀଙ୍କୁ ଏନକାଉଣ୍ଟରରେ ମାରିଛନ୍ତି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ନଙ୍ଗରହାର, ଲାଗମାନ, ଗଜନୀ, ପାକ୍ଟିକା, କାନ୍ଦାହାର, ଜାବୁଲ, ହେରାଟ, ଜୋଜାନ, ସମାଙ୍ଗନ, ଫରୟାବ, ସର-ଏ-ପୋଲ, ହେଲମାଣ୍ଡ, କୁନ୍ଦୁଜ, ବଲଗାନରେ ଅପରେସନ କରିଥିଲା ସେନା । ଏହି ଅପରେସନରେ ୩୦୩ ତାଲିବାନ ଆତଙ୍କବାଦୀ ପ୍ରାଣ ହରାଇ ଥିବାବେଳେ ୧୨୫ରୁ ଅଧିକ ଆହତ ହୋଇଛନ୍ତି । ବୁଧବାର ବିଳମ୍ବିତ ରାତିରେ ସର-ଏ-ପୋଲରେ ଏକ ଏୟାର ଷ୍ଟ୍ରାଇକ୍ କରାଯାଇଥିଲା । ଯେଉଁଥିରେ ୩୪ ତାଲିବାନୀ ଯୁଦ୍ଧ ବିମାନ ନଷ୍ଟ କରିଦିଆଯାଇଛି । ଏହା ବ୍ୟତୀତ ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧବିମାନର ରଖାଯାଉଥିବା ଠିକଣା ମଧ୍ୟ ନଷ୍ଟ କରାଯାଇଛି । ଏୟାରଷ୍ଟ୍ରାଇକର ଗୋଟିଏ ଦିନ ପୂର୍ବରୁ ଆଫଗାନିସ୍ତାନର କାର୍ଯ୍ୟନିର୍ବାହୀ ପ୍ରତିରକ୍ଷା ମନ୍ତ୍ରୀ ବିସମିଲ୍ଲା ଖାନ ମହମ୍ମଦଙ୍କୁ ଟାର୍ଗେଟ କରିଥିଲେ ଆତଙ୍କୀ । ତେବେ ମନ୍ତ୍ରୀ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ତାଙ୍କ ଘରେ ଆକ୍ରମଣ କରାଯାଇଥିଲା, କିନ୍ତୁ ସେତେବେଳେ ପ୍ରତିରକ୍ଷା ମନ୍ତ୍ରୀ ଘରେ ନଥିଲେ । ପ୍ରାୟ ପାଞ୍ଚ ଘଣ୍ଟା ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଚାରି ଜଣ ଆହତ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ । ସେପଟେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ମଙ୍ଗଳବାର ଦିନ ଆଫଗାନିସ୍ତାନରେ ସାଧାରଣ ନାଗରିକଙ୍କ ଉପରେ ହେଇଥିବା ଆକ୍ରମଣ ଏବଂ ଆତଙ୍କବାଦ ଘଟଣାକୁ କଡ଼ା ଶବ୍ଦରେ ଦୃଢ଼ ନିନ୍ଦା କରିଛି । ତାଲିବାନ ଦ୍ୱାରା କ୍ଷମତା ଦଖଲ ଉଦ୍ୟକମକୁ ବିରୋଧ ମଧ୍ୟ କରିଛି । ସେପଟେ ଆଫଗାନିସ୍ତାନରେ ତାଲିବାନକୁ ସହଯୋଗ ଲାଗି ଯାଉଥିବା ବହୁସଂଖ୍ୟାରେ ପାକିସ୍ତାନୀ ଯୁବକଙ୍କ ମୃତ୍ୟୁକୁ ନେଇ ସୂଚନା ମିଳିଛି । ଆମେରିକା ଓ ନାଟୋ ସୈନ୍ୟ ଫେରିଯିବାର ସୁଯୋଗ ନେଇ ଆଫଗାନିସ୍ତାନ ଉପରେ କବଜା କରିବା ଚକ୍କରରେ ରହିଛନ୍ତି ତାଲିବାନ ଆତଙ୍କବାଦୀ । ଆଉ ସେମାନଙ୍କୁ ସହାୟତା କରିବାକୁ ପାକିସ୍ତାନ ମଦ୍ରାସାରୁ ବହୁସଂଖ୍ୟା ଯୁବକ ଆଫଗାନିସ୍ତାନ ଯାଉଥିବା ଜଣାପଡିଛି । ସେହିପରି ପାକିସ୍ତାନ ସରକାର ମଧ୍ୟ ତାଲିବାନକୁ ସହାୟତା କରୁଥିବା ଅଭିଯୋଗ ହୋଇ ଆସୁଛି । ମାତ୍ର ଇମ୍ରାନ ଖାନ୍ ପ୍ରଶାସନ ଏହାକୁ ଖଣ୍ଡନ କରିଆସୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking