ପୌଡ଼ି : ଆସନ୍ତା ମାସରେ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ହେବ । ଏଥିପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଛି । ଇତିମଧ୍ୟରେ ନିର୍ବାଚନ ଡ୍ୟୁଟି ପାଇଁ ରାଜ୍ୟର ପୌଡ଼ି ଜିଲ୍ଲାରେ ପହଞ୍ଚିଥିବା ଅର୍ଦ୍ଧସାମରିକ ବଳର ୩୦ ଜଣ ଯବାନ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ସେଠାରେ ଆତଙ୍କ ଖେଳି ଯାଇଥିବା ବେଳେ ସମସ୍ତ ସଂକ୍ରମିତଙ୍କୁ କୋଟଦ୍ୱାରର ଏସ୍ଏସ୍ବି ଟ୍ରେନିଂ ସେଣ୍ଟରରେ ଆଇସୋଲେସନ୍ରେ ରଖାଯାଇଛି । ଏହା ବ୍ୟତୀତ ପୌଡ଼ିରେ ମୁତୟନ ଅନ୍ୟ ୭୫ ଯବାନଙ୍କ ମଧ୍ୟରୁ ଅଧିକାଂଶଙ୍କର କୋଭିଡ୍ ଲକ୍ଷ୍ମଣ ଦେଖା ଦେଇଛି । ଫଳରେ ଟେଷ୍ଟ ରିପୋର୍ଟ ଆସିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଆଇସୋଲେଟ୍ କରାଯାଇଛି ବୋଲି ପୌଡ଼ି ଏସ୍ଏସ୍ପି ଯଶୱନ୍ତ ସିଂହ କହିଛନ୍ତି ।