28.1 C
Bhubaneswar
Thursday, September 19, 2024
Homeଅପରାଧନାବାଳିକା ଦୁର୍ଷ୍କମକାରୀ ଏବଂ ସହଯୋଗୀକୁ ୩୦ ବର୍ଷ କାରାଦଣ୍ଡ

ନାବାଳିକା ଦୁର୍ଷ୍କମକାରୀ ଏବଂ ସହଯୋଗୀକୁ ୩୦ ବର୍ଷ କାରାଦଣ୍ଡ

କେନ୍ଦୁଝର: ଏକ ନାବାଳିକା ଦୁଷ୍କର୍ମ ଘଟଣାର ବିଚାର କରି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦେ?ରାଜଜ୍ ତଥା ସ୍ୱତନ୍ତ୍ର ପୋକ୍ସ ବିଚାରପତି ଶୁଭଶ୍ରୀ ତ୍ରିପାଠୀ ଅଭିଯୁକ୍ତ ଏସକେ ମହମ୍ମଦ ସାହାଦତ ଅଲ୍ଳୀ (୫୩) ଓ ଦୁର୍ଷ୍କମରେ ସହଯୋଗ କରିଥିବା ସାବତ ଆଈ ଅମିତା କାରୁଆ (୪୫)କୁ ୩୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ ଏସକେ ଅଲ୍ଳୀକୁ ୩୦ ହଜାର ଟଙ୍କା ଓ ଅମିତାକୁ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଏସକେ ଅଲ୍ଳୀକୁ ୩ ବର୍ଷ ଓ ଅମିତାକୁ ୨ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ପଡିବ । ସୂଚନା ଅନୁଯାୟୀ, ଯୋଡା ଥାନା ଅଞ୍ଚଳର ୧୩ ବର୍ଷର ନାବାଳିକା ରେଖା (ଛଦ୍ମନାମ)ର ବାପା ତାର ମା ଏବଂ ତାଙ୍କୁ ଛାଡି ଅନ୍ୟତ୍ର ଯାଇ ରହିଥିଲେ ।

କିଛିଦିନ ପରେ ରେଖାର ମା’ ମଧ୍ୟ ତାଙ୍କୁ ଛାଡି ପଳେଇଲେ । ଫଳରେ ରେଖା ତାଙ୍କ ଅଜାର, ଆଈ, ମାଉସୀ ଏବଂ ସାବତ ଆଈ ଅମିତାଙ୍କ ନିକଟରେ ରହୁଥିଲେ । ଅମିତାର ଯୋଡା ଥାନା ହନୁମାନ ହଟିଂର ଏସକେ ଅଲ୍ଳୀ ସହିତ ପୂର୍ବରୁ ଅନୈତିକ ସଂପର୍କ ଥିଲା । ଏହି ଅନେ?ତିକ ସଂପର୍କକୁ ଲୁଚାଇବା ପାଇଁ ଅମିତା ତାର ସାବତ ନାତୁଣୀ ରେଖାଙ୍କୁ ଏସକେ ଅଲ୍ଲୀ ସହିତ ଯୋରଜବରଦସ୍ତ ନିଜି ବେଡରୁମରେ ୨୦୧୮ ଜୁନ ୨୨ ତାରିଖ ଦିନ ପ୍ରଥମ ଶାରିରୀକ ସଂପର୍କ ସ୍ଥାପନ କରାଇଥିଲା । ଆଉ ସେହିଦିନ ରେଖାଙ୍କୁ ଧମକ ଦେଇଥିଲେ ଏହି ଘଟଣା ସଂପର୍କରେ କାହାରିକୁ କିଛି କହିବୁ ନାହିଁ ।

ନଚେତ ତତେ ଜୀବନରେ ମାରିଦେବୁ । ଫଳରେ ରେଖା ଭୟଭିତ ହୋଇ କାହାରିକୁ କିଛି କହିନଥିଲେ । ଏହାର ଫାଇଦା ନେଇ ଏସକେ ଅଲ୍ଳୀ ବାରମ୍ବାର ରେଖାଙ୍କ ସହିତ ଶାରିରୀକ ସଂପର୍କ ରଖିଥିଲା । କିଛିଦିନ ପରେ ରେଖା ମା’ ତାଙ୍କ ଘରକୁ ଆସିଥିଲେ । ହେଲେ ଅମିତା ତାଙ୍କୁ ରେଖାଙ୍କ ସହିତ ଦେଖା କରିବାକୁ ଦେଲା ନାହିଁ । ଫଳରେ ସେ ନୂଆମୁଣ୍ଡି ତାଙ୍କ ମାମୁଁଙ୍କ ଘରକୁ ଯାଇ ଏ ସଂପର୍କରେ କହିଥିଲେ । ତାଙ୍କ ମାମୁଁ ଘର ଲୋକ ଆସି ରେଖାଙ୍କୁ ନୂଆମୁଣ୍ଡି ନେଇଯାଇଥିଲେ । ସେଠାରେ ରେଖା ତାଙ୍କ ସହିତ ଘଟିଥିବା ଘଟଣା ସଂପର୍କରେ ସବୁ କହିଥିଲେ । ଫଳରେ ୨୦୧୮ ନଭେମ୍ବର ୨୭ ତାରିଖ ତାଙ୍କ ମା’, ମାମୁଁଙ୍କ ସହିତ ରେଖା ଯୋଡା ଥାନାକୁ ଆସି ଅଭିଯୋଗ କରିଥିଲେ ।

ରେଖାଙ୍କ ଅଭିଯୋଗକୁ ଭିତ୍ତି କରି ଯୋଡା ଥାନା ରୁଜୁ ହୋଇଥିଲା । ଏହି ଘଟଣାରେ ପୁଲିସ ଏସକେ ଅଲ୍ଳୀ ଏବଂ ଅମିତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ କୋର୍ଟ ୨୦ ଜଣ ସାକ୍ଷୀଙ୍କ ବୟାନ ସୁଣିବା ପରେ ଉଭୟଙ୍କୁ ଦୋଷୀ ସବ୍ୟସ୍ତ କରିଥିଲେ । ଏସକେ ଅଲ୍ଳୀକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୩୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ । ଜରିମାନା ଅନାଦେୟ ଅଧିକ ୩ ବେ?ର୍ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ । ସେହିପରି ଅମିତାକୁ ୩୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି । ଜରିମାନା ଅନାଦେୟ ହେଲେ ଅଧିକ ୨ ବର୍ଷ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡିବ । ପିଡିତା ରେଖାଙ୍କୁ ୬ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ସୁପାରିଷ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ପେସାଲ ପିପି ଗଣେଶ ପ୍ରସାଦ ମହାପାତ୍ର କେସ କରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking