ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ଗଞ୍ଜେଇ ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ପ୍ରାୟ ପ୍ରତ୍ୟେକ ଦିନ ଅବକାରୀ ବିଭାଗ ହାତରେ ଧରା ପଡୁଛନ୍ତି ଗଞ୍ଜେଇ ଚାଲାଣକାରୀ । ଶନିବାର ବହିରlରୁ ଚlରିଛକକୁ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ପାଇଥିଲା ବୌଦ୍ଧ ଅବକାରୀ ବିଭାଗ । ମୋବାଇଲ ସ୍କ୍ୱାର୍ଡ ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡିଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ବ୍ରିଜ ଛକ ଠlରେ ଛକି ବସିଥିବା ସମୟରେ ସମୟରେ ଧରା ପଡ଼ିଥିଲେ ଗଞ୍ଜେଇ ଚାଲାଣକାରୀ । ଏକ କାର ଯୋଗେ ଗଞ୍ଜେଇ ଚାଲାଣ ହେଉନଥିବାବେଳେ ଗାଡ଼ିରୁ ଦୁଇ ଜଣଙ୍କ ସମେତ ୩୦ କେଜି ଗଞ୍ଜେଇ ଜବତ ହୋଇଛି । ଗିରଫ ହୋଇଥିବା ଦୁଇ ଦୁର୍ବୃତ୍ତ ଗୁନ୍ଦୁଲିଆର କପିଲ ସିଂ ଓ ଏର୍ଡା ଗ୍ରାମର ଶ୍ରୀକୃଷ୍ଣ ବେହେରଲ ବୋଲି ଜଣା ପଡିଛି । ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ମାନ୍ୟବର ବିଚାରପତି ଦୁଇ ଚାଲାଣ କାରୀଙ୍କୁ ହେପାଜତକୁ ପଠାଇଥିବା ଜଣାପଡିଛି । ଏହି ଚଢାଉ ବେଳେ ବୌଦ୍ଧ ଅବକାରୀ ବିଭାଗର ଇନ୍ସପେକ୍ଟର ପ୍ରମୋଦ କୁମାର ବାଣୁଆ, ସବ ଇନ୍ସପେକ୍ଟର ସତ୍ୟନାରାୟଣ ପ୍ରଧାନ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।