36.1 C
Bhubaneswar
Saturday, May 18, 2024
Homeଓଡିଶାଓଲଟି ଗଲା ଟ୍ରାକ୍ଟର ଚାଳକ ସମେତ ୩ ଶ୍ରମିକ ଆହତ

ଓଲଟି ଗଲା ଟ୍ରାକ୍ଟର ଚାଳକ ସମେତ ୩ ଶ୍ରମିକ ଆହତ

ବଲାଙ୍ଗୀର : ବଲାଙ୍ଗିର ଜିଲା ଦେଓଗାଁ ଥାନା ବାହାଳି ଗାଁରେ ଟ୍ରାକ୍ଟର ଓଲଟି ଚାଳକ ସମେତ ୩ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଟ୍ରାକ୍ଟର ଚାଳକ ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଏବଂ ଓମ ନାଏକଙ୍କୁ ଚିକିତ୍ସା ପାଇଁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ, ଆଜି ସକାଳେ ଟ୍ରାକ୍ଟର ଚାଳକ ରାକେଶ ମନୋଜ ଓ ଓମଙ୍କୁ ନେଇ ଚାଷ ଜମିକୁ ଯାଉଥିଲେ। ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଟ୍ରାକ୍ଟର ତଳେ ରାକେଶ ସହ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଆହତ ୩ ଜଣ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking