26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଛାତରୁ ଡ଼େଇଁ ଆତ୍ମହତ୍ୟା କଲେ +୩ ଛାତ୍ରୀ

ଛାତରୁ ଡ଼େଇଁ ଆତ୍ମହତ୍ୟା କଲେ +୩ ଛାତ୍ରୀ

ବାଙ୍ଗାଲୋର: ଆରମ୍ଭ ହୋଇଛି ପରୀକ୍ଷା । ସବୁଠି କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ । ପ୍ରଶ୍ନପତ୍ର ଲିକ୍ ଓ କପି ରୋକିବାକୁ ସବୁଠି କଡ଼ା କଡ଼ି କରାଯାଇଛି । ଆଉ ଏହାରି ଭିତରେ ସାମ୍‌ନାକୁ ଆସିଛି ଏକ ଅଭାବନୀୟ ଖବର । ପରୀକ୍ଷା ଡରରେ ଛାତରୁ ଡେଇଁ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛଅ ମୋହଲା କୋଠାରୁ ଡେଇଁ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଛାତ୍ରୀ ଜଣକ ବିଏସସି ଦ୍ୱିତୀୟ ବର୍ଷରେ ପାଠ ପଢ଼ୁଥିବାବେଳେ ଗତ ଶନିବାର ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି ।

ଛାତ୍ରୀ ଜଣକଙ୍କ ନାଁ ସତ୍ୟମ ସୁମନ । ତାଙ୍କ ବୟସ ୨୦ ବର୍ଷ ବୋଲି କୁହାଯାଉଛି । ଏପରି ଏକ ଖବର କର୍ଣ୍ଣାଟକର ମଣିପାଲ ବିଶ୍ୱବିଦ୍ୟାଳୟରୁ ଆସିଛି । ଛାତ୍ରୀ ଜଣକଙ୍କ ଘର ବିହାର । ସେ କର୍ଣ୍ଣାଟକର ମଣିପାଲ ବିଶ୍ୱବିଦ୍ୟାଳୟରେ ପାଠ ପଢ଼ୁଥିଲେ । ବର୍ତ୍ତମାନ ତାଙ୍କର ବିଏସସି ଦ୍ୱିତୀୟ ବର୍ଷର ପରୀକ୍ଷା ଚାଲିଥିଲା । ହେଲେ ପରୀକ୍ଷାରେ ଭଲ ନକରିବାକୁ ନେଇ ତାଙ୍କ ମନରେ ଭୟ ରହିଥିଲା । ଏଥିପାଇଁ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ଛାତ୍ରୀଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଖୁବ୍‌? ଭାଇରାଲ ହେଉଛି । ଘଟଣାକୁ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ ଛାତ୍ରୀ ଜଣକ କାହିଁକି ଆତ୍ମହତ୍ୟା କଲେ ପରୀକ୍ଷା ଚାପ ନା ଏହା ପଛରେ ଆଉ କେଉଁ କାରଣ ରହିଛି ସେନେଇ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking