27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭୁଶୁଡି ପଡିଲା ୩ ମହଲା ଘର: ୩ ମୃତ, ଅନେକ ଦବିଥିବା ଆଶଙ୍କା

ଭୁଶୁଡି ପଡିଲା ୩ ମହଲା ଘର: ୩ ମୃତ, ଅନେକ ଦବିଥିବା ଆଶଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ଗାଜିଆବାଦ ଅଞ୍ଚଳରେ ଗଳିପଡିଲା ୩ ମହଲା ବିଲିଡିଂ । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ମାଟିତଳେ ଅନେକ ଫସିଥିବା ଆଶଙ୍କା କରାଯାଉଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ ରହିଛି । ତେବେ ଏଭଳି ଦୁର୍ଘଟଣା କେମିତି ଘଟିଲା, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

ଏହା ପୂର୍ବରୁ ଶୁକ୍ରବାର ଦିନ ଲୋନୀର ଅଙ୍କୁର ବିହାରରେ ଏକ ଆବାସୀୟ ଆପାର୍ଟମେଣ୍ଟର ଭୂତଳ ପାର୍କିଂରେ ନିଆଁ ଲାଗିଯାଇଥିଲା । ନିଆଁ ପ୍ରଥମ ମହଲାକୁ ବ୍ୟାପି ଯାଇଥିଲା । ଏହି ଘଟଣାରେ ୪୮ ବର୍ଷୀୟ ମହିଳଶଙ୍କ ମୃତ୍ୟୁ ହୋଇଥିଲା । ଅଗ୍ନିଶମ କର୍ମଚାରୀ ମହିଳା ଏବଂ ତାଙ୍କ ସ୍ୱାମୀଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥିଲେ । ନିଆଁ ଯୋଗୁଁ ଧୂଆଁ ହେବାରୁ ମହିଳା ଅଣନିଶ୍ୱାସୀ ହୋଇ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ୧୨ଟି ବାଇକ ଏବଂ ୪ ଟି କାର ଜଳି ଛାରଖାର ହୋଇଯାଇଥିଲା । ଘଟଣାରେ ୫୮ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking