27.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶଛାତ ଭୁଶୁଡ଼ି ପରିବାରର ୩ ମୃତ

ଛାତ ଭୁଶୁଡ଼ି ପରିବାରର ୩ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ (ୟୁପି)ର ସମ୍ଭଲ ଜିଲ୍ଲା ଅନ୍ତର୍ଗତ ଘୋଂଶଲି ଗ୍ରାମରେ ମଙ୍ଗଳବାର ରାତିରେ ଗୋଟିଏ ଘରର ଛାତ ଭୁଶୁଡି ପଡିବାରୁ ପରିବାରର ୩ ଜଣ ସଦସ୍ୟ (ବାପା ଓ ୨ ପୁଅ) ପ୍ରାଣ ହରାଇଛନ୍ତି । ତେବେ ଗୃହକର୍ତ୍ତ୍ରୀ ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ପ୍ରକାଶ ।

ଜମ୍ମୁ-କଶ୍ମୀର: ଗିରିଖାତକୁ ଟ୍ରକ୍ ଖସି ୪ ମୃତ
ରମ୍ବାନ: ମଙ୍ଗଳବାର ଜମ୍ମୁ-କଶ୍ମୀରର ରମ୍ବାନ ଜିଲ୍ଲା ଅନ୍ତର୍ଗତ ବନିହାଲ ନିକଟରେ ଗୋଟିଏ ଟ୍ରକ୍ ଗିରିଖାତକୁ ଖସିପଡିବା ଫଳରେ ୪ ଜଣ ପ୍ରାଣ ହରାଇଛନ୍ତି । ଟ୍ରକ୍‌ଟି ଜମ୍ମୁରୁ ଶ୍ରୀନଗର ଯାଉଥିବାବେଳେ ବନିହାଲ ନିକଟରେ ବିରାଟକାୟ ପଥର ଖସି ଟ୍ରକ୍ ସହ ପିଟିହୋଇଥିଲା । ଫଳରେ ଟ୍ରକ୍‌ଟି ନିୟନ୍ତ୍ରଣ ହରାଇ ରାସ୍ତାପାଶ୍ୱର୍ସ୍ଥ ଗିରିଖାତକୁ ଖସିପଡିଥିଲା । ଉକ୍ତ ଟ୍ରକ୍‌ରେ ଚାଲାଣ କରାଯାଉଥିବା ୬ଟି ଗୋରୁ ମଧ୍ୟ ପ୍ରାଣ ହରାଇଛନ୍ତି । ପାହାଡରୁ ଅତଡା ଖସିବାରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ମଧ୍ୟ ଅବରୋଧ ହୋଇପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking