ଆଗ୍ରା : ଉତ୍ତର ପ୍ରଦେଶ ଆଗ୍ରା ଠାରେ ଏକ ଲଜ୍ଜ୍ୟାଜନକ ଖବର ସାମନାକୁ ଆସିଛି । ଏଠାରେ କିଛି ଦୁର୍ବୁତ୍ତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଆଗରେ ଗଣଦୁଷ୍କର୍ମ କରିଛନ୍ତି । ମହିଳା ଜଣକ ଆତ୍ମଦୌଲା ଥାନାରେ ଏତଲା ଦେଇଛନ୍ତି । ଏଥିରେ ଯୁବକ ମାନଙ୍କ ବିରୁଦ୍ଧରେ ଜଙ୍ଗଲ ଭିତରୁ ନେଇଯାଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୋଲିସ ଏକ ମାମଲା ରୁଜୁ କରି ଆରୋପୀ ମାନଙ୍କ ଖୋଜିବାରେ ଲାଗିଛି । ଏହି ମାମଲାରେ ଏସପି କହିଛନ୍ତି ଯେ, ମହିଳା ଜଣକ ଥାନାରେ କହିଛନ୍ତି ଯେ, ତାଙ୍କୁ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଛନ୍ତି ।
ଏହି ମାମଲାରେ ଏସପି ଆର.ଏ ସତ୍ୟଜିତ ଗୁପ୍ତା କହିଛନ୍ତି ଯେ, ମହିଳାଙ୍କୁ ଦୁର୍ବତ୍ତ ମାନେ ଗଣ ଦୁଷ୍କର୍ମ କରିବା ପରେ ତାଙ୍କ ଠାରୁ ସୁନା ,ଗହଣା ଓ ଟଙ୍କା ଲୁଟ୍ କରି ନେଇ ଯାଇଥିଲେ ଓ କାହାରିକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହାପରେ ପୋଲିସ ପକ୍ଷରୁ ମହିଳାଙ୍କୁ ମେଡିକାଲ ଯାଞ୍ଚ ପାଇଁ ପଠାଯାଇଛି । ଆରୋପୀଙ୍କୁ ଗିରଫ କରିବା ପାଇଁ ଏକ ଟିମ ଗଠନ କରାଯାଇଛି ।
କୁହାଯାଉଛି ଯେ, ମଙ୍ଗଳବାର ଦ୍ୱିପହର ବେଳକୁ ସ୍ୱାମୀ-ସ୍ତ୍ରୀ ମିଶି ମହିଳାଙ୍କୁ ବାପ ଘରକୁ ଯାଉଥିବା ସମୟରେ ୩ ଜଣ ଯୁବକ ତାଙ୍କ ରାସ୍ତା ରୋକିଥିଲେ । ମହିଳାଙ୍କ ସ୍ୱାମୀଙ୍କୁ ମାର୍ ପିଟ କରିବା ପରେ ସ୍ୱାମୀଙ୍କର ଶରୀରରୁ କପଡା ନେଇଯାଇଥିଲେ ଓ ସ୍ୱାମୀଙ୍କ ଆଗରେ ମହିଳାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ ।