ଭୁବନେଶ୍ୱର: ଦୁଇଟି ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୩ ମୃତ । ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଦରି ଗାଁ’ରେ ବଜ୍ରାଘାତରେ ୨ ମୃତ । ଘରକୁ ଫେରୁଥିବା ସମୟରେ ରାସ୍ତାରେ ଆକାଶରୁ ଖସିଲା ମୃତ୍ୟୁ । ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନାକୁ ନେଇଯାଇଥିଲେ ସ୍ଥାନୀୟ ବାସିନ୍ଦା। ହେଲେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଗୋତଡ଼ିଆ ଗାଁ’ରେ ବଜ୍ରାଘାତରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଏ ନେଇ ଗାଁ’ରେ ଶୋକର ଛାୟା ଖେଳିଯାଇଛି ।