31.1 C
Bhubaneswar
Tuesday, June 25, 2024
Homeଓଡିଶାପାଣି ପିଇବାକୁ ଯାଇ ନାଳରେ ଫସିଲେ ୩ ହାତୀ

ପାଣି ପିଇବାକୁ ଯାଇ ନାଳରେ ଫସିଲେ ୩ ହାତୀ

ନରସିଂହପୁର : କଟକ ଜିଲ୍ଲା ବଡ଼ମ୍ବା ନରସିଂହପୁରରେ ପାଣି ପିଇବାକୁ ଯାଇ ନାଳରେ ଫସିଲେ ୩ ହାତୀ। ପାଣି ପିଇବାକୁ ଆସିଥିବା ବେଳେ ତିନୋଟି ହାତୀ ଆଜି ସକାଳେ ନାଳ ଭିତରେ ଫସି ଯାଇଛନ୍ତି । ଏବଂ ଦୀର୍ଘ ୪ ଘଣ୍ଟା ହେବ ତିନୋଟି ହାତୀ ପାଣି ଭିତରେ ଫସି ରହିଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୨ ଟି ଦନ୍ତା ହାତୀ ଓ ଗୋଟିଏ ମାଈ ହାତୀ ବୋଲି ସୂଚନା ମିଳିଛି । ଦୀର୍ଘ ସମୟ ହେଲା ନାଳରେ ଫସି ରହିଛନ୍ତି ୩ ହାତୀ । ତିନୋଟି ହାତୀ ଆଜି ସକାଳୁ ନାଳରେ ଫସିରହିଥିବା ବେଳେ ଗାଁ ଲୋକେ ଏହା ଦେଖ୍ ସଙ୍ଗେ ସଙ୍ଗେ ସ୍ଥାନୀୟ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବନବିଭାଗକୁ ଖବର ଦେଇଥିଲେ । ହାତୀଙ୍କୁ ଉଦ୍ଧାର କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛନ୍ତି ବଡ଼ମ୍ବା ବନ ବିଭାଗ । ତେବେ ଉଦ୍ଧାର ପାଇଁ ବନବିଭାଗ,ଅଗ୍ନିଶମ ବାହିନୀ ଓ ପୋଲିସର ଉଦ୍ୟମ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking