26.1 C
Bhubaneswar
Friday, June 27, 2025
Homeଓଡିଶାଟ୍ରକ୍ ସହ ଜଳିଗଲେ ତିନି ଚାଳକ

ଟ୍ରକ୍ ସହ ଜଳିଗଲେ ତିନି ଚାଳକ

ଝାରସୁଗୁଡ଼ା: ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡ଼ା ଜିଲ୍ଲା ସଦର ଥାନା ସମ୍ମୁଖ ୧୦ ନଂ ରାଜ୍ୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ୍ ପଛକୁ ପଛ ଓ ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ୩ଟି ଯାକ ଗାଡ଼ି ସର୍ଟସର୍କିଟରୁ ଜଳି ଯାଇଥିବା ବେଳେ ଭିତରେ ବସିଥିବା ଚାଳକମାନେ ବାହାରିପାରିନଥିଲେ। ଏହାଫଳରେ ଗାଡ଼ିରେ ଥିବା ୩ଜଣଯାକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ତେଣେ ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମାତ୍ର ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ। ଏଣେ ସକାଳେ କ୍ରେନ ସାହାଯ୍ୟରେ ୩ଟି ଗାଡ଼ିକୁ ରାସ୍ତାର ପାର୍ଶ୍ୱକୁ ନିଆଯାଇ ସେଥିମଧ୍ୟରୁ ୩ ଚାଳକଙ୍କ ମୃତଦେହକୁ ବାହାରକୁ ଅଣାଯାଇଥିଲା। ଗାଡ଼ିଗୁଡ଼ିକ ମାତ୍ରାଧିକ ବେଗରେ ଯାଉଥିବା ଏବଂ ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ହେତୁ ଏହି ବଡ଼ ଧରଣର ସଡ଼କ ଦୁର୍ଘଣଟା ଘଟିଥିବା କୁହାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking