ଭୁୁବନେଶ୍ୱର: ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ କାନ୍ଥକୁ ପିଟିଲା ବାଇକ । ଦୁର୍ଘଟଣାରେ ଚାଲିଗଲା ୩ ଜୀବନ । ନୂଆପଡା ଉଦ୍ୟାନବନ୍ଧ ଲାଠୋର ରାସ୍ତା କୋମନା ଥାନା ଲର୍କୀ ପମ୍ପ ହାଉସ ନିକଟରେ ଏଭଳି ଭାନକ ଦୁର୍ଘଟଣା ଘଟିଛି । ତେବେ ମୃତକଙ୍କ ମଧ୍ୟରେ ୨ଜଣଙ୍କ ପରିଚ ମିଳିଥିଲା ବେଳେ, ଅନ୍ୟଜଣକ ପରିଚୟ ମିଳିପାରି ନାହିଁ । ୨ଜଣ ବଲାଙ୍ଗୀର ଜିଲ୍ଲାର । ସୂଚନାନୁସାରେ ଏକ ବାଇକରେ ୩ଜଣ ଯାଉଥିବାବେଳେ ଉଦ୍ୟାନବନ୍ଧ ଲାଠୋର ରାସ୍ତା କୋମନା ଥାନା ଲର୍କୀ ପମ୍ପ ହାଉସ ବୁଲାଣି ନିକଟରେ ଭାରସାମ୍ୟ ହରାଇ କାନ୍ଥରେ ପିଟି ହୋଇଥିଲେ। ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣେ ଗୁରୁତର ହୋଇଥିଲେ। ଖବର ପାଇ କୋମନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତର ଜଣଙ୍କୁ କୋମନା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।