18.1 C
Bhubaneswar
Saturday, December 20, 2025
Homeଅପରାଧ୩ ଦିନିଆ ରିମାଣ୍ଡ ଅନୁମତି

୩ ଦିନିଆ ରିମାଣ୍ଡ ଅନୁମତି

ଭୁବନେଶ୍ୱର: ମିଳିଲା ୩ ଦିନ ରିମାଣ୍ଡ ପାଇଁ ଅନୁମତି । ଅନୁମତି ଦେଲେ ସ୍ପେଶାଲ ଜଜ ସିବିଆଇ କୋର୍ଟ । ସିବିଆଇ ହେପାଜତ କୁ ନେଇ ପଚରା , ଉଚରା କରିବ। କୋର୍ଟରେ ହଜାର କରିଥିଲା ଦିଲ୍ଲୀ ସିବିଆଇ । ଦେବଦତ୍ତ ମହାପାତ୍ରଙ୍କ ସହ ୩ ଜଣ ଗିରଫ ହୋଇଥିଲେ । ଚଂଚଳ ମୁଖାର୍ଜୀ ଓ ସନ୍ତୋଷ ମହାରଣା ଗିରଫ ହୋଇଥିଲେ । ସୂଚନା ଯୋଗ୍ୟ , ରେଡ ବେଳେ ସିବିଆଇ ଜଣେ ସରକାରୀ ଅଧିକାରୀଙ୍କୁ ଧରିଥିଲା । ସମ୍ପୃକ୍ତ ସରକାରୀ ଅଧିକାରୀ ଜଣକ ବାଟରେ ୩ଟି ଗାଡ଼ି ବଦଳାଇ ହୋଟେଲ ମେ’ ଫେୟାର ନିକଟରେ ପହଞ୍ଚିଥିଲେ । ଡିଲବେଳେ ସିବିଆଇ ଟିମ ତାଙ୍କୁ ଧରିଛି । ସମ୍ପୃକ୍ତ ସରକାରୀ ବାବୁ ଜଣକ ବ୍ରିଜ ଓ ରୁଫ୍ କମ୍ପାନୀ ସହ ଯୋଗାଯୋଗରେ ଥିଲେ । ସିବିଆଇ ତାଙ୍କୁ ଅଟକ ରଖି ପଚରାଉଚୁରା କରୁଥିଲା । ପଶ୍ଚିମବଙ୍ଗର ଏକ ନିର୍ମାଣ କାର୍ୟ୍ୟରେ ହେରଫେର ଅଭିଯୋଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଟିମ୍ ଭୁବନେଶ୍ୱରରେ ଚଢ଼ାଉ କରିଥିଲା । ସ୍ଥାନୀୟ ମେ’ ଫେୟାର ହୋଟେଲ ସମ୍ମୁଖ ରାସ୍ତାରେ ଶନିବାର ରାତିରେ ସିବିଆଇ ଟିମ୍ ଚଢ଼ାଉକରି ଏକ ଦାମୀ ଗାଡ଼ିରୁ ୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ କରିଛି। ଏଥିସହ ପୋଲିସ ସହଯୋଗରେ ୪ଜଣଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ଅଟକ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଓଡ଼ିଶାର ବିଲ୍ଡର ହୋଇଥିବାବେଳେ ଆଉ ଜଣେ କେନ୍ଦ୍ରୀୟ ଅବସରପ୍ରାପ୍ତ ଅଧିକାରୀ ବୋଲି ଜଣାପଡ଼ିଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking