27.1 C
Bhubaneswar
Sunday, June 22, 2025
Homeଓଡିଶାସାମନ୍ତ ଚନ୍ଦ୍ର ଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମେଳନ ଉତ୍ସବ

ସାମନ୍ତ ଚନ୍ଦ୍ର ଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମେଳନ ଉତ୍ସବ

ପୁରାତନ ଛାତ୍ରଛାତ୍ରୀଙ୍କ ସଦିଚ୍ଛା ଓ ସମ୍ପୃକ୍ତି ଦ୍ବାରା ମହାବିଦ୍ୟାଳୟର ବୃହତ୍ତର କଲ୍ୟାଣ ସମ୍ଭବ ହୋଇପାରିବ: କୁଳପତି
ଭୁବନେଶ୍ୱର: ସାମନ୍ତ ଚନ୍ଦ୍ର ଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟର ସାମନ୍ତ ଚନ୍ଦ୍ର ଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ଦ୍ୱିତୀୟ ବାର୍ଷିକ ସମ୍ମେଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପ୍ରାଣୀ ବିଭାଗର ପୂର୍ବତନ ଛାତ୍ରୀ ଭାବେ ସେ ଜୀବନରେ ଯାହା କିଛି ଲାଭ କରିଛନ୍ତି ତାହା ଏହି ମହାବିଦ୍ୟାଳୟରୁ ପାଇଛନ୍ତି। ସାମନ୍ତ ଚନ୍ଦ୍ର ଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ମହତ୍‌ ପ୍ରୟାସ ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଛି। ପୁରାତନ ଛାତ୍ରଛାତ୍ରୀ ସାଧ୍ୟମତେ ମହାବିଦ୍ୟାଳୟର ବିକାଶରେ ସହାୟକ ହୋଇପାରିବେ। ପୁରାତନ ଛାତ୍ରଛାତ୍ରୀଙ୍କ ସଦିଚ୍ଛା ଓ ସମ୍ପୃକ୍ତି ଦ୍ବାରା ମହାବିଦ୍ୟାଳୟର ବୃହତ୍ତର କଲ୍ୟାଣ ସମ୍ଭବ ହୋଇପାରିବ ବୋଲି ପ୍ରକାଶ କରିଥିଲେ। ସଂଘର କାର୍ଯ୍ୟ ଓ କାର୍ଯ୍ୟଧାରାକୁ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ଏହା ଆହୁରି ବ୍ୟାପକ ହେବ ବୋଲି କୁଳପତି କହିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର ସୁନ୍ଦର ନାରାୟଣ ପାତ୍ର ଯୋଗଦେଇ ସାମନ୍ତ ଚନ୍ଦ୍ର ଶେଖର ଉଦ୍ଭିଦ ବିଜ୍ଞାନୀ ସଂଘର ଗୁରୁତ୍ୱ ତଥା ଉଦ୍ଭିଦ ବିଜ୍ଞାନର ପରିବେଶ ପ୍ରଦୁଷଣ ନିରାକରଣ ଉପରେ ଆଲୋକପାତ କରିଥିଲେ। ସାମସ୍ତ ଚନ୍ଦ୍ର ଶେଖର ଉଦ୍ଭିତ ବିଜ୍ଞାନୀ ସଂଘର ସଭାପତି ଅବସରପ୍ରାପ୍ତ ପ୍ରଫେସର ବାମନ ଚନ୍ଦ୍ର ଆଚାର୍ଯ୍ୟ ପ୍ରାରମ୍ଭିକ ଭାଷଣ ଦେଇଥିଲେ।

ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ମୁଖ୍ୟ ଡ.ଗୁରୁଚରଣ ନାୟକ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଉତ୍ସବରେ ସଂଘ ତରଫରୁ ପ୍ରାକ୍ତନ ପ୍ରଫେସର ପ୍ରଦୀପ କୁମାର ଚାନ୍ଦ, ପ୍ରଫେସର ଉମ୍ମାବଲ୍ଲଭ ମହାପାତ୍ର ଓ ପ୍ରଫେସର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ବିଶିଷ୍ଟ ବରିଷ୍ଠ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ପ୍ରାକ୍ତନ ପ୍ରଫେସର ସୁନ୍ଦର ନାରାୟଣ ପାତ୍ରୋ ଏବଂ ପ୍ରଫେସର ବାମନଚନ୍ଦ୍ର ଆଚାର୍ଯ୍ୟଙ୍କୁ ଉଦ୍ଭିଦ ବିଜ୍ଞାନରେ ଜୀବନ ବ୍ୟାପୀ ସାଧନା ପାଇଁ ସମ୍ମାନିତ କରାଯାଇଥିଲା। ଡ.ଗୌରୀ ପ୍ରସାଦ ନାୟକ, ଡ.ଅଭିମନ୍ୟୁ ଭୁୟାଁ ଏବଂ ଡ.ହରିହର ପ୍ରସାଦ ଦାଶଙ୍କ ଶ୍ରେଷ୍ଠ ଶିକ୍ଷକ ପୁରସ୍କାର ସମେତ ଡ.ବିଭୁତି ଭୂଷଣ ଚମ୍ପତିଙ୍କୁ ବିଶିଷ୍ଟ ଯୁବ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରାଯାଇଥିଲା। ସିଫାର ବରିଷ୍ଠ ବୈଜ୍ଞାନିକ ଡ.ସତ୍ୟନାରାୟଣ ସେଠୀ ପୁରସ୍କୃତ ବ୍ୟକ୍ତିବିଶେଷଙ୍କ ମାନପତ୍ର ପାଠ କରିଥିଲେ। ଏହି ଅବସରରେ ପୁରାତନ ଛାତ୍ରଛାତ୍ରଙ୍କ ମଧ୍ୟରେ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯୁଗ୍ମ ସମ୍ପାଦକ ଅଶୋକ କୁମାର ପୃଷ୍ଟି ଓ କାର୍ଯ୍ୟନିର୍ବାହୀ ସଦସ୍ୟ ଲିପ୍‍ସା ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ମିଳନୀ ପ୍ରାରମ୍ଭରେ ପୁରୀ ସାମନ୍ତ ଚନ୍ଦ୍ର ଶେଖର ମାବିଦ୍ୟାଳୟ ପରିସରରେ ଚାରା ରୋପଣ କରାଯାଇଥିଲା। ୧୯୭୨-୨୦୨୩ ମଧ୍ୟରେ ଏହି ମହାବିଦ୍ୟାଳୟରେ ପାଠ ପଢ଼ିଥିବା ପ୍ରାୟ ୧୦୦ରୁ ଅଧିକ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking