17.1 C
Bhubaneswar
Friday, January 10, 2025
Homeଓଡିଶାପିଏମ୍ ପୋଷଣରେ ଓଡ଼ିଶାକୁ ମିଳିଲା ୨୮୩.୭୮ କୋଟି

ପିଏମ୍ ପୋଷଣରେ ଓଡ଼ିଶାକୁ ମିଳିଲା ୨୮୩.୭୮ କୋଟି

ଭୁବନେଶ୍ୱର: ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଏମ୍ ପୋଷଣରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି । ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପିଏମ ପୋଷଣର ଦ୍ୱିତୀୟ କିସ୍ତି ଅର୍ଥ ଦେବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଥିଲେ । ଏହି ପତ୍ର ପାଇବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ସଂପର୍କରେ ଅନୁଧ୍ୟାନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ପିଏମ ପୋଷଣର ଦ୍ୱିତୀୟ କିସ୍ତିର ବିଳମ୍ବର କାରଣ ଜଣାଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୨୮୩.୭୮ କୋଟି ଟଙ୍କା ପ୍ରଦାନ କରାଯାଇ ସାରିଛି ।

ପିଏମ ପୋଷଣ ଯୋଜନା ଅନ୍ତର୍ଗତ ୨୦୨୨-୨୩ ଆର୍ôଥକ ବର୍ଷରେ ବାର୍ଷିକ କାର୍ଯ୍ୟକ୍ରମ ଓ ବଜେଟ୍ ନିମନ୍ତେ ଭାରତ ସରକାର କେନ୍ଦ୍ରୀୟ ଅଂଶ ବାବଦରେ ୫୭୫.୯୮ କୋଟି ଟଙ୍କା ଏବଂ ରାଜ୍ୟ ଅଂଶ ବାବଦରେ ୩୩୦.୯୭ କୋଟି ଟଙ୍କା ବ୍ୟବସ୍ଥା କରି ସମୁଦାୟ ୯୦୬.୯୫ କୋଟି ଟଙ୍କା ବ୍ୟବସ୍ଥା କରାଯାଇଥିଲା । କେନ୍ଦ୍ର ସରକାରଙ୍କ ପ୍ରଥମ କିସ୍ତିରେ ୨୭୯.୯୫ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ଅକ୍ଟୋବର ୧, ୨୦୨୨ରେ ଦେଇଥିଲେ । କେନ୍ଦ୍ର ସରକାର ସାମଗ୍ରିକ ଖର୍ଚ୍ଚକୁ ୯.୬ ପ୍ରତିଶତ ବୃଦ୍ଧି କରିଥିଲେ । ଅନୁରୂପ ଭାବେ କେନ୍ଦ୍ରୀୟ ଅଂଶ ୫୯୬.୭୫ କୋଟି ଟଙ୍କା ହୋଇଥିବା ବେଳେ ରାଜ୍ୟର ଅଂଶ ୩୪୪.୨୪ କୋଟି ଟଙ୍କା ହୋଇଥିଲା । ରାଜ୍ୟ ସରକାରଙ୍କୁ ଏହି ଅନୁପାତରେ ନିଜର ଅତିରିକ୍ତ ବଜେଟରେ ଅର୍ଥ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ ଓ ପରେ ନିଜର ଅତିରିକ୍ତ ବଜେଟରେ ବର୍ଦ୍ଧିତ ଆବଣ୍ଟନ ନଥିବା କାରଣରୁ କେନ୍ଦ୍ରୀୟ ଅଂଶ ଭାବରେ ୩୩.୩୧ କୋଟି ଏବଂ ରାଜ୍ୟ ଅଂଶ ଭାବରେ ୧୭. ୬୮ କୋଟି ନିଅଣ୍ଟ ପଡିଥିଲା ।

ରାଜ୍ୟ ସରକାରଙ୍କ ସ୍କୁଲ ଗଣଶିକ୍ଷା ବିଭାଗ ଚଳିତ ମାସରେ ଏକ ପତ୍ର ମାଧ୍ୟମରେ ୨୦୨୨-୨୩ ଆର୍ôଥକ ବର୍ଷ ପାଇଁ କେନ୍ଦ୍ରୀୟ ଏବଂ ରାଜ୍ୟ ଅଂଶ ପାଇଁ ଅତିରିକ୍ତ ଅର୍ଥ ବ୍ୟବସ୍ଥା କରିବାକୁ ଅସମର୍ଥ ଥିବା ଦର୍ଶାଇଛନ୍ତି । ରାଜ୍ୟ ସରକାରଙ୍କ ପୂର୍ବ ପ୍ରସ୍ତାବକୁ ତର୍ଜମା କରିବା ପରେ ପିଏମ ପୋଷଣ ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଇଛି । ପ୍ରୋଗ୍ରାମ ଆପ୍ରୁଭାଲ ବୋର୍ଡ(ପିଏମବି)ର ଅନୁମୋଦନ ଅନୁସାରେ ଦ୍ୱିତୀୟ କିସ୍ତିରେ ରାଜ୍ୟ ସରକାର ୩୦୮.୭୯ କୋଟି ଟଙ୍କା ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ବଜେଟରେ କୌଣସି ପ୍ରାବଧାନ କରାଯାଇ ନଥିବାରୁ ଭାରତ ସରକାର ଦ୍ୱିତୀୟ କିସ୍ତିରେ ଓଡ଼ିଶାକୁ ପିଏମ ପୋଷଣ ଯୋଜନା ପାଇଁ ୨୮୩.୭୮ କୋଟି ଅର୍ଥ ଦେଇଛନ୍ତି । ଦେବେ ରାଜ୍ୟ ସରକାର ପିଏଫଏମଏସ ମାଧ୍ୟମରେ ବିସ୍ତୃତ ପ୍ରସ୍ତାବ ପ୍ରଦାନ କଲେ ଆଉ ୨୫ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking