ନୁଆଦିଲ୍ଲୀ: ଦିଲ୍ଲୀର ଅମର ଅଞ୍ଚଳରେ ଥିବା କଲୋନୀରେ ଗତ ଶୁକ୍ରବାର ଦିନ ସାମାନ୍ୟ କଥାରୁ ଝଗଡ଼ା ହୋଇ ଜଣେ ୨୮ ବର୍ଷ ବ୍ୟକ୍ତିର ହତ୍ୟା କରାଯାଇଛି । ରାତି ପ୍ରାୟ ୧୨ଟା ବେଳକୁ ।କଲୋନୀ ଲୋକ ପୋଲିକୁ ଖବର ଦେଇଥିଲେ । ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଅମନଦୀପ ନାମକ ଏକ ବ୍ୟକ୍ତିକୁ ତଳେ ପଡ଼ିଥିବା ଅବସ୍ଥାରେ ଉଠାଇ ଡ଼ାକ୍ତରଖାନା ପଠେଇଥିଲା । ଡ଼ାକ୍ତରଖାନାରେ ବ୍ୟକ୍ତିର ମୃତ୍ୟୁ ଘଟିଥିଲା । ପୋଷ୍ଟମର୍ଟମରୁ ଜଣା ପଡ଼ିଥିଲା ଯେ କୌଣସି ତିକ୍ଷ୍ନ ଧାରୁଆ ଅସ୍ତ୍ରରେ ଅମନଦୀପକୁ ଆଘାତ କରାଯାଇଥିଲା ଯାହାଫଳରେ ତାର ମୃତ୍ୟୁ ହୋଇଥିଲ ।
ପୋଲିସର ସୂଚନା ଅନୁସାରେ ଝଗଡ଼ା ପ୍ରଥମେ ସି ବ୍ଲକ ରେ ଆରମ୍ଭ ହୋଇଥିଲ ।ଜଗଜିତ ବୋଲି ଜଣେ ବ୍ୟକ୍ତି ଗୋଟିଏ ଦୋକାନ ଆଗରେ ପରିସ୍ରା କରିଦେଇଥିଲା । ଦେକାନର ମାଲିକ ବିନୟ ଓ ବିମଲ୍ଙ୍କ ସହ ଜଗଜିତ୍ର ଝଗଡ଼ା ହେଇଥିଲ । ଜଗଜିତ କାମରୁ ଫେରିବା ସମୟରେ ୭ ଜଣ ସାଙ୍ଗଙ୍କୁ ନେଇ ମାରପିଟ୍ ପାଇଁ ଆସିଥିଲା । ତା ମଧ୍ୟରେ ଅମନଦୀପ ମଧ୍ୟ ଥିଲା । ମାରପିଟ ଭିତରେ ଅମନଦୀପ ଖସି ଦୌଡ଼ିବାକୁ ଚେଷ୍ଟା କରିଥିଲା । ପଛପଟୁ ଆଘାତ ଫଳରେ ସେ ତଳେ ପଡ଼ିଯାଇଥିଲ । ଓ ପରେ ତାର ମୃତ୍ୟୁ ଘଟିଥିଲ । ତେବେ ଅମନଦୀପର ମୃତ୍ୟୁ ପରେ ପୋଲିସ୍ ହତ୍ୟା ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ।