18.1 C
Bhubaneswar
Saturday, November 23, 2024
Homeକରୋନାମୁମ୍ବାଇର ଆବାସିକ ସ୍କୁଲରେ ୨୬ ପିଲା କରୋନାରେ ସଂକ୍ରମିତ

ମୁମ୍ବାଇର ଆବାସିକ ସ୍କୁଲରେ ୨୬ ପିଲା କରୋନାରେ ସଂକ୍ରମିତ

ମୁମ୍ବାଇ: ଭାରତରେ କରୋନାର ୨ୟ ଲହର ଶେଷ ହୋଇ ନଥିବା ବେଳେ ୩ୟ ଲହର ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇସାରିଛନ୍ତି। କିଛି ବିଶେଷଜ୍ଞଙ୍କ ମତରେ କେରଳ ଓ ମହାରାଷ୍ଟ୍ରରେ କରୋନାର ୩ୟ ଲହର ଆରମ୍ଭ ହୋଇସାରିଛି। ଏହି ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବେ ବୋଲି କୁହାଯାଉଛି। ମୁମ୍ବାଇର ଏକ ଆବାସିକ ସ୍କୁଲରେ ୨୬ ଜଣ ପିଲା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଗ୍ରୀପଡ଼ାସ୍ଥିତ ସେଣ୍ଟ ଯୋସେଫ ଆବାସିକ ବିଦ୍ୟାଳୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୪ ଜଣ ପିଲାଙ୍କ ବୟସ ୧୨ରୁ କମ। ଅନ୍ୟ ୨୨ ଜଣ ପିଲାଙ୍କ ବୟସ ୧୨ରୁ ଊର୍ଦ୍ଧ୍ୱ। ଏମାନଙ୍କୁ ରିଚାର୍ଡସନ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଥିବା ବେଳେ ୪ ଶିଶୁଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କରୋନା ଲକ୍ଷଣ ଦେଖାଯିବା ପରେ ୯୫ ଜଣ ପିଲାଙ୍କର ନମୁନା ପରୀକ୍ଷା କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking