25.1 C
Bhubaneswar
Sunday, March 16, 2025
Homeଓଡିଶାବନ୍ଧୁକ ଲଗାଇ ୨୩ ହଜାର ଲୁଟିନେଲେ ଦୁର୍ବୁତ୍ତ

ବନ୍ଧୁକ ଲଗାଇ ୨୩ ହଜାର ଲୁଟିନେଲେ ଦୁର୍ବୁତ୍ତ

ଗଞ୍ଜାମ: ଗଞ୍ଜାମ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଜଣେ ବାଇକ ଆରୋହୀକୁ ଅନ୍ଧାରର ସୁଯୋଗ ନେଇ ମୁଣ୍ଡରେ ମାଉଜର ଲଗାଇ ୨୩ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୁତ୍ତ। ବାଇକ ଆରୋହୀ ଜଣକ ହେଲେ ରମ୍ଭା ଥାନା ଖଟୁଆକୁଦା ଗ୍ରାମର ରୋହିତ ଛଟେଇ ଅଟନ୍ତି। ସେ ଏନେଇ ଗତକାଲି ଗଞ୍ଜାମ ଥାନାରେ ଏତଲା ଦେଇଛନ୍ତି। ଏହି ଘଟଣା ପରେ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନା ଯୋଗ୍ୟ ଯେ ଗତକାଲି ରାତି ପ୍ରାୟ ସାଢେ ଦଶଟା ସମୟରେ ନିଜ ବାଇକରେ ବ୍ରହ୍ମପୁରରୁ ଗ୍ରାମକୁ ଫେରୁଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥ ସନ୍ତୋଷୀ ମା’ ମନ୍ଦିର ସମୁଖରେ ଗୋଟିଏ ମୋଟର ସାଇକେଲରେ ଜଣେ ଦୁର୍ବୁତ୍ତ ହଠାତ ରୋହିତଙ୍କ ଛାତି ଓ ମୁଣ୍ଡରେ ମlଉଜର ଲଗାଇ ୨୩ ହଜାର ଟଙ୍କା ଲୁଟି ନେଇଥିଲେ। ଥାନା ଆଇଆଇସି ସୁମିତ୍ରା ପାତ୍ର ଚାରିଆଡେ ଖୋଜାଖୋଜି କରିଥିଲେ ମଧ୍ୟ ଦୁର୍ବୁତ୍ତଙ୍କ ଟେର ପାଇ ପାରିନାହାନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking