28.1 C
Bhubaneswar
Tuesday, July 22, 2025
Homeଓଡିଶାରଥଯାତ୍ରା ପାଇଁ ଗଡ଼ିବ ୨୦୮ଟି ସ୍ପେଶାଲ୍ ଟ୍ରେନ୍

ରଥଯାତ୍ରା ପାଇଁ ଗଡ଼ିବ ୨୦୮ଟି ସ୍ପେଶାଲ୍ ଟ୍ରେନ୍

ଭୁବନେଶ୍ୱର: ରଥଯାତ୍ରା ପାଇଁ ଚାଲିବ ୨୦୮ଟି ସ୍ୱତନ୍ତ୍ର ଟ୍ରେନ୍। ଓଡ଼ିଶାର ବିଭିନ୍ନ ସ୍ଥାନ ସମେତ ୪ଟି ରାଜ୍ୟରୁ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍। ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତାୟତରେ ଯେପରି କୌଣସି ଅସୁବିଧା ନହୁଏ ସେଥିପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏପରି ସୁବିଧା ପ୍ରଦାନ କରାଯାଉଛି।

ଉକ୍ତ ୪ଟି ରାଜ୍ୟ ମଧ୍ୟରେ ରହିଛି ମହାରାଷ୍ଟ୍ର, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼। ଏହି ରାଜ୍ୟରୁ ସ୍ୱତନ୍ତ୍ର ଟ୍ରେନ ଗଡିବ। ସୋମବାରଠାରୁ ନାନ୍ଦେଦରୁ ଖୋର୍ଦ୍ଧା ରୋଡ, ମାଳତିପାଟପୁରରୁ ସିକନ୍ଦରାବାଦ, ବିଶାଖାପାଟଣାରୁ ପୁରୀ, ଜୁନାଗଡ ରୋଡରୁ ପୁରୀ, ପାରାଦୀପରୁ ପୁରୀ ସମେତ ୯ଟି ସ୍ୱତନ୍ତ୍ର ରେଳ ଚାଲିଥିବା ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ ଗୁଣ୍ଡିଚା ଦିନ ଖୋର୍ଦ୍ଧାରୋଡ-ପୁରୀ, ନୂଆଗାଁ ରୋଡ-ପୁରୀ, ଭଦ୍ରକ-ପୁରୀ, ପାରାଦୀପ-ପୁରୀ, ଅନୁଗୁଳ-ପୁରୀ, ବ୍ରହ୍ମପୁର-ପୁରୀ, ସମ୍ବଲପୁର-ପୁରୀ, ଗୁଣୁପୁର-ପୁରୀ ଉଭୟ ଅପ୍ ଆଣ୍ଡ ଡାଉନ୍ ଲାଇନରେ ଅଲଗା ଅଲଗା ଟ୍ରେନ ଚାଲିବ। ୨୮ ତାରିଖ ବାହୁଡା ଯାତ୍ରା ଏବଂ ୨୯ ତାରିଖ ସୁନାବେଶ ଦିନ ୩୪ଟି ସ୍ପେଶାଲ ଟ୍ରେନ ଚାଲିବ। ଏହାଛଡା ୨୧ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଦୈନନ୍ଦିନ ସ୍ୱତନ୍ତ୍ର ଟ୍ରେନ ଚାଲିବ ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking