24.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଦିଲ୍ଲୀରେ ମୋଦୀ ବିରୋଧୀ ୨ ହଜାର ପୋଷ୍ଟର ଜବତ; ୬ ଗିରଫ, ୩୬ ଜଣଙ୍କ ବିରୋଧରେ...

ଦିଲ୍ଲୀରେ ମୋଦୀ ବିରୋଧୀ ୨ ହଜାର ପୋଷ୍ଟର ଜବତ; ୬ ଗିରଫ, ୩୬ ଜଣଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ପୋଷ୍ଟର ଲାଗିଥିବାବେଳେ ମଙ୍ଗଳବାର ପୁଲିସ ପକ୍ଷରୁ ବ୍ୟାପକ ଚଢଉ କରାଯାଇଥିଲା । ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଥିବାବେଳେ ୩୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଏହାବ୍ୟତୀତ ପୁଲିସ ବିଭିନ୍ନ ସ୍ଥାନରୁ ପ୍ରାୟ ୨ ହଜାର ପୋଷ୍ଟର ହଟଇଥିବା ଜଣାପଡିଛି । ଅଧିକାଂଶ ପୋଷ୍ଟରରେ ‘ମୋଦୀ ହଟାଓ, ଦେଶ ବଚାଓ’ ସ୍ଲୋଗାନ ଲେଖାଯାଇଥିବା ଲକ୍ଷ୍ୟ କରାଯାଇଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ୨ ଜଣଙ୍କର ଫ୍ରିଣ୍ଟିଂ ପ୍ରେସ୍ ରହିଛି । ଏଭଳି ୫୦ ହଜାର ପୋଷ୍ଟର ଛପାଇବାକୁ ସେମାନଙ୍କୁ ଅର୍ଡର ମିଳିଥିବା ପ୍ରେସ୍ ମାଲିକ ଦ୍ୱୟ ପୁଲିସକୁ କହିଛନ୍ତି । ପୋଷ୍ଟରଗୁଡିକ ସେହି ପ୍ରେସ୍‌ରେ ମୁଦ୍ରଣ କରାଯାଇଥିବା ଆଶଙ୍କା କରାଯାଉଛି ।

ବିଭିନ୍ନ ବାସଭବନ, ସରକାରୀ କାର୍ଯ୍ୟାଳୟ କାନ୍ଥ ଏବଂ ସର୍ବସାଧାରଣ ସ୍ଥାନରେ ଥିବା ପାଚେରୀରେ ପୋଷ୍ଟର ଲଗାଯାଇଥିଲା । ନିୟମ ମୁତାବକ ସର୍ବସାଧାରଣ କିମ୍ବା ବ୍ୟକ୍ତିବିଶେଷଙ୍କ ଘର କାନ୍ଥରେ ପୋଷ୍ଟର ମାରିବା ବେଆଇନ ହୋଇଥିବାବେଳେ ଉକ୍ତ ପୋଷ୍ଟରରେ ମୁଦ୍ରଣ ସଂସ୍ଥାର ନାମ ମଧ୍ୟ ଉଲ୍ଲେଖ କରାଯାଇନଥିବା ଜଣାପଡିଛି । ପୁଲିସ ଏହି ମାମଲାରେ ମେ।।ଟ ୧୩୮ଟି ମାମଲା ରୁଜୁ କରିଥିବାବେଳେ ସେଥିମଧ୍ୟରେ ମୋଦୀ ବିରୋଧୀ ପୋଷ୍ଟର ସମ୍ପର୍କିତ ୩୬ଟି ମାମଲା ରହିଛି । ଆମ୍ ଆଦମୀ ପାଟର୍ଟି (ଆପ୍‌) ଅଫିସକୁ ନିଆଯାଉଥିବାବେଳେ ପୁଲିସ ୨ ହଜାର ପୋଷ୍ଟର ଜବତ କରିଛି । ଇନ୍ଦ୍ରପ୍ରସ୍ଥ ନିକଟରେ ଏକ ଭ୍ୟାନ୍‌କୁ ଅଟକାଇ ପୁଲିସ ପୋଷ୍ଟର ଜବତ କରିଥିବାବେଳେ ଏଗୁଡିକ ଆପ୍ କାର୍ଯ୍ୟାଳୟକୁ ଯାଉଥିବା ଡ୍ରାଇଭର ବୟାନ ଦେଇଛି । ଅପରପକ୍ଷରେ ଦିଲ୍ଲୀ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଆପ୍ ପକ୍ଷରୁ ସମାଲୋଚନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking