30.1 C
Bhubaneswar
Sunday, June 23, 2024
Homeଓଡିଶାନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ ଜେଲ୍‌

ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ସୋମବାର ଜଣେ ନାବାଳିକା ଦୁର୍ଷ୍କମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିବା ସହିତ ୧୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟ ଶୁଣାଇଛନ୍ତି । ସେହିପରି ପୀଡ଼ିତାଙ୍କୁ ୪ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୭ ମସିହା ନଭେମ୍ବର ୨୭ ତାରିଖ ତୁରୁମୁଙ୍ଗା ଥାନା ଅଞ୍ଚଳର ଜଣେ ନାବାଳିକା ଗାଁ ଦାଣ୍ଡରେ ଖେଳୁଥିଲେ ।

ତାଙ୍କ ପରିବାର ଲୋକ ବଜାରକୁ ଯାଇଥିବା ସମୟରେ ସେହି ଗ୍ରାମର ସିପୁନ ମହାନା(୩୦) ଜୋରଜବରଦସ୍ତ ନାବାଳିକାଙ୍କୁ ତାଙ୍କ ଘରକୁ ଟେକି ନେଇ ଦୁର୍ଷ୍କମ କରିଥିଲା । ଘଟଣା ସମ୍ପର୍କରେ କାହାରିକୁ କିଛି ନକହିବାକୁ ଧମକ ଦେଇ ସେଠାରୁ ଚାଲି ଯାଇଥିଲା । କିଛି ସମୟ ପରେ ନାବାଳିକାଙ୍କ ପରିବାର ଲୋକ ଘରକୁ ଫେରିବା ପରେ ଘଟଣା ସମ୍ପର୍କରେ ଅବଗତ ହୋଇଥିଲେ । ପରେ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବାରୁ ପୁଲିସ ସିପୁନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେହିଦିନଠାରୁ ସିପୁନ ବିଚାରଧିନ ବନ୍ଦୀ ଭାବେ କେନ୍ଦୁଝର ଜିଲ୍ଲା କାରାଗାରରେ ଥିଲା । କୋର୍ଟରେ ସରକାରଙ୍କ ପକ୍ଷରୁ ୧୮ ଜଣ ଏବଂ ଆସାମୀଙ୍କ ପକ୍ଷରୁ ୩ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଆଜି ସିପୁନକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ କରିଛନ୍ତି । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking