17.1 C
Bhubaneswar
Monday, November 18, 2024
Homeଅପରାଧନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜରିମାନା

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜରିମାନା

କଟକ: ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ୨୦ ବର୍ଷ ଜେଲ ଦଣ୍ଡ ସହ ୨୦ ହଜାର ଜରିମାନା ନିର୍ଦ୍ଦେଶ । ଜରିମାନା ଅନାଦେୟ ଅଧିକ ୬ ମାସ ଜେଲଦଣ୍ଡ । ରାୟ ଶୁଣାଇଲେ କଟକ ସ୍ୱତନ୍ତ୍ର ପକସୋ ଆଡହକ ଫାଷ୍ଟଟ୍ରାକ କୋର୍ଟ । ୨୦୧୮ ଅଗଷ୍ଟ ୧୨ ତାରିଖରେ ଜଗତପୁର ନିମପୁରରେ ଘଟିଥିଲା ଏହି ଦୁଷ୍କର୍ମ । ୧୨ ବର୍ଷର ନାବାଳିକା ଘରେ ଏକା ଥିବା ବେଳେ ଘରେ ପଶି ଭିତରୁ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ । ଏହି ଘଟଣାରେ ଅଭିଯୁକ୍ତ ତୋଫାନ କୁମାର ଜେନାକୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟ । ୧୪ ଟି ତଥ୍ୟ ପ୍ରମାଣ ଓ ୧୬ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଏହି ନିର୍ଦ୍ଦେଶ । ପିଡ଼ିତା ନାବାଳିକାକୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ । ପିଡ଼ିତାକୁ ୧୮ ବର୍ଷ ହେବା ପର୍ଯ୍ୟନ୍ତ ବ୍ୟାଙ୍କରେ ଏହି ଟଙ୍କା ଫିକ୍ସ ଡିପୋଜିଟ ହୋଇ ରହିବ । ଜିଲ୍ଲା ଆଇନସେବା ପ୍ରାଧିକରଣ ଜରିଆରେ ଦିଆଯିବ କ୍ଷତିପୂରଣ । ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ସ୍ୱତନ୍ତ୍ର ପିପି ବିଶ୍ୱଜିତ ରାୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking