29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶତେଜସ୍ୱୀଙ୍କ ପ୍ରତିଶ୍ରୁତିକୁ ପୂରା କରିବା ନେଇ ନୀତୀଶଙ୍କ ଘୋଷଣା; ମିଳିବ ୧୦ଲକ୍ଷ ସରକାରୀ ଚାକିରି

ତେଜସ୍ୱୀଙ୍କ ପ୍ରତିଶ୍ରୁତିକୁ ପୂରା କରିବା ନେଇ ନୀତୀଶଙ୍କ ଘୋଷଣା; ମିଳିବ ୧୦ଲକ୍ଷ ସରକାରୀ ଚାକିରି

ପାଟଣା: ସ୍ୱାଧୀନତା ଦିବସ ପାଳନ ଅବସରରେ ବିହାରର ସରକାରୀ ଚାକିରି ଆଶାୟୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନିର୍ବାଚନୀ ଘୋଷଣା ‘୧୦ ଲକ୍ଷ ଚାକିରି’କୁ ସମର୍ଥନ ଜଣାଇଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାର ଆହୁରି ୧୦ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି ନେଇ ସ୍ୱାଧୀନତା ଦିବସ ପାଳନ ଅବସରରେ ଘୋଷଣା କରିଛନ୍ତି । ସୋମବାର ପାଟଣାର ଗାନ୍ଧୀ ମୈଦାନରେ ରାଜ୍ୟସ୍ତରୀୟ ସ୍ୱାଧୀନତାର ଦିବସ ପାଳିତ ହୋଇଥିଲା । ଏହି ଅବସରରେ ରାଜ୍ୟର ୧୦ ଲକ୍ଷ ସରକାରୀ ଚାକିରି ଆଶାୟୀ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ନେଇ ନୀତୀଶ କୁମାର ଘୋଷଣା କରିଛନ୍ତି । ଏହା ସହିତ ସରକାରୀ ବ୍ୟବସ୍ଥା ବାହାରେ ଆଉ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏହି ଲକ୍ଷ୍ୟକୁ ୨୦ ଲକ୍ଷରେ ପହଞ୍ଚାଯିବ ବୋଲି ସେ କହିଛନ୍ତି । ଏହି ଘୋଷଣା ସହିତ ମୁଖ୍ୟମନ୍ତ୍ରୀ ବିରୋଧୀ ଦଳକୁ ଉପଯୁକ୍ତ ଜବାବ ଦେଇଛନ୍ତି, ଯେଉଁମାନେ ଗତ ଏକ ସପ୍ତାହ ଧରି ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ୧୦ ଲକ୍ଷ ଲୋକଙ୍କୁ ଚାକିରି ଦେବା ଘୋଷଣାକୁ ନେଇ ଜବାବ ମାଗିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking