ନୂଆଦିଲ୍ଲୀ : ଭାରତରେ କରୋନାରେ ମୃତ୍ୟୁ ସଂଖ୍ୟା ୨୦ରେ ପହଁଚିଲା | ଗତକାଲି ଦେଶବ୍ୟାପି ମୋଟ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହା ଭାରତ ପାଇଁ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ । ଭାରତରେ ଗୁରୁବାର ସକାଳ ୭ଟା ସୁଦ୍ଧା ମୃତ୍ୟୁ ସଂଖ୍ୟା ୨୦ରେ ପହଞ୍ଚି ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭ ହୋଇଛି । ରିପୋର୍ଟ ଅନୁସାରେ ୭୧ ଜଣ ନୂଆଁ ରୋଗୀ ଚିହ୍ନଟ ହୋଇଛନ୍ତି ।
ପୂରା ବିଶ୍ୱରେ ଭାଇରସ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୩୨ ହଜାର ୨୨୪ ହୋଇଥିବା ବେଳେ ୨୪ ହଜାର ୮୭ ଜଣଙ୍କ ମୃତ୍ୟୁ ହୋଇଛି । ଅପରପକ୍ଷେ ୧ ଲକ୍ଷ ୨୩ ହଜାର ୯୯୪ ଜଣ ରୋଗୀ ଭଲ ହୋଇପାରିଛନ୍ତି । ସେହିଭଳି ୩ ଲକ୍ଷ ୮୩ ହଜାର ୭୮୬ ଜଣଙ୍କ ଚିକିତ୍ସା ଜାରି ଥିବା ବେଳେ ଏଥିରୁ ୧୯ ହଜାର ୩୫୭ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଅଛି ।
ଭାରତର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ମୃତକଙ୍କ ସଂଖ୍ୟା ୧୬ ଅଟେ । ସେହିଭଳି ୮୮ଟି ନୂଆ ମାମଲା ସଂପର୍କରେ ସୂଚନା ଦିଆଯାଇଛି । ସେହିପରି ସଂକ୍ରମିତ ସଂଖ୍ୟା ୬୯୪ ବୋଲି ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ।