25.1 C
Bhubaneswar
Thursday, January 16, 2025
Homeଓଡିଶାନ୍ୟାୟ ପାଇଁ ଏସ୍‌ପି ଅଫିସ୍ ଆଗରେ ୨ ମହିଳା : ଉଚ୍ଚ ଶିକ୍ଷିତ ଝିଅକୁ ଫେରାଇବା...

ନ୍ୟାୟ ପାଇଁ ଏସ୍‌ପି ଅଫିସ୍ ଆଗରେ ୨ ମହିଳା : ଉଚ୍ଚ ଶିକ୍ଷିତ ଝିଅକୁ ଫେରାଇବା ପାଇଁ ମା’ଙ୍କ ନିବେଦନ

ବ୍ରହ୍ମପୁର: ଏକ ଆଶ୍ରମରେ ରହିଥିବା ଉଚ୍ଚ ଶିକ୍ଷିତ ଝିଅଙ୍କୁ ଫେରାଇ ଆଣିବା ନିମନ୍ତେ ଏସ୍‌ପିଙ୍କ ନିକଟରେ ଆଜି ଜଣେ ମାଆ ଗୁହାରି କରିଛନ୍ତି । ଆଶ୍ରମରେ ରହୁଥିବା ମୁକୁନ୍ଦାନନ୍ଦ ନାମଙ୍କ ଜଣେ ବାବା ତାଙ୍କ ଝିଅକୁ ରଖିଥିବା ସେ ଅଭିଯୋଗ କରିଛନ୍ତି । ବ୍ରହ୍ମପୁର ଏସ୍‌ପି ଅନୁପସ୍ଥିତି ଥିବାରୁ ଅତିରିକ୍ତ ଏସ୍‌ପି ଅସୀମ ପଣ୍ଡାଙ୍କ ଉକ୍ତ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ପୂର୍ବରୁ ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ଏବେ ଏହାର ସ୍ଥିତି କ’ଣ ରହିଛି ଏବଂ ଉଚ୍ଚ ପଦସ୍ଥ ଅଧିକାରୀ ଜରିଆରେ ଏହି ଘଟଣାର ତଦନ୍ତ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି ।  ଯୁବତୀ ଜଣଙ୍କ ହେଲେ ଟାଉନ୍ ଥାନା ଅନ୍ତର୍ଗତ ଲୋଚାପଡ଼ାର ଅଞ୍ଚଳର କେ. ପୁଷ୍ପାବତୀଙ୍କ ଝିଅ କେ. ସୁଧା । ସୁଧା ଜଣେ ଚାଟାଡ ଆକାଉଣ୍ଟାଣ୍ଟ ଅଟନ୍ତି । କିଛି ବର୍ଷ ପୂର୍ବେ ତାଙ୍କ ମୁଣ୍ଡ ବିନ୍ଧା ହୋଇଥିଲା ।

ଏହି ସମୟରେ ପୁଷ୍ପାବତୀଙ୍କ ସହ ଜଣେ ବ୍ୟକ୍ତିଙ୍କ ପରିଚିତ ହୋଇଥିଲା । ବାବା ମୁକୁନ୍ଦାନନ୍ଦଙ୍କ ନିକଟକୁ ଝିଅକୁ ନେଲେ ସେଠାରେ ସୁସ୍ଥ ହୋଇଯିବେ ବୋଲି ସେ କହିଲେ । ଏହାର ବିଶ୍ୱାସ କରି ମା’ ପୁଷ୍ପାବତୀ ମୁକୁନ୍ଦାନନ୍ଦଙ୍କ ଆଶ୍ରମରେ ଝିଅକୁ ନେଇ ଛାଡ଼ି ଦେଇଥିଲେ । ଝିଅ ସୁସ୍ଥ ହେବା ନିମନ୍ତେ ୧୦ରୁ ୧୫ ଦିନ ଲାଗିବ ବୋଲି ଆଶ୍ରମ ପକ୍ଷରୁ ତାଙ୍କୁ କୁହାଯାଇଥିବା ମା’ କହିଛନ୍ତି । ଏହା ପରେ ତାଙ୍କ ଝିଅଙ୍କ ସହ କୌଣସି ପ୍ରକାର ଯୋଗାଯୋଗ ହୋଇନଥିଲା । ସେ ଆଶ୍ରମକୁ ଯାଇ ତାଙ୍କ ଝିଅଙ୍କ ଆଣିବାକୁ ଚେଷ୍ଟା କରିବାରୁ ତାଙ୍କ ଝିଅକୁ ଆଶ୍ରମ ପକ୍ଷରୁ ଛାଡ଼ି ନଥିଲେ । ଏନେଇ ପୁଷ୍ପାବତୀ ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ମଧ୍ୟ ନିଜ ଝିଅକୁ ଫେରି ନପାଇବାରୁ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ସେ ଆଜି ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking