25.8 C
Bhubaneswar
Saturday, July 27, 2024
Homeଓଡିଶାକୁଆଖାଇ ନଦୀରେ ବୁଡ଼ି ୨ ଛାତ୍ର ମୃତ

କୁଆଖାଇ ନଦୀରେ ବୁଡ଼ି ୨ ଛାତ୍ର ମୃତ

ଭୁବନେଶ୍ୱର : କୁଆଖାଇ ନଦୀରେ ବୁଡ଼ିଯାଇ ୨ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ବୁଡ଼ିଗଲେ ଦୁଇ ଛାତ୍ର । ଖବର ପାଇ ଅଗ୍ନିଶମବାହିନୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନେଇଯାଇଥିଲେ । ସେଠାରେ ଡାକ୍ତର ଉଭୟ ଛାତ୍ରଙ୍କୁ ମୃତ ଘୋଷଣା କରିଥିଲେ ।  ମୃତ ଛାତ୍ର ଦୁଇ ଜଣ ହେଲେ ସ୍ମୃତି ସୌରଭ ପ୍ରଧାନ ଓ ସତ୍ୟଜିତ ଦାସ ।

ସୂଚନା ଅନୁଯାୟୀ, ତମାଣ୍ଡୋ ଅଞ୍ଚଳର ସ୍ମୃତି ସୌରଭ ପ୍ରଧାନ ଓ ଅନୁଗୋଳ ଜିଲ୍ଲା ରେଙ୍ଗାଲିର ସତ୍ୟଜିତ ଦାସ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜ ପଢ଼ନ୍ତି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଦୁଇ ସାଙ୍ଗ କୁଆଖାଇ ନଦୀ ବାଲିପାଟଣା ଇନ୍ଦ୍ରପାଲ ନିକଟରେ ଗାଧୋଉଥିଲେ! ଠିକ୍‌ ସେହି ସମୟରେ ସେମାନେ ନଦୀର ପ୍ରଖର ସୁଅରେ ଭାସି ଯାଇଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ କର୍ମଚାରୀମାନେ ନଦୀରେ ଖୋଜା ଖୋଜି କରିଥିଲେ। ଦୀର୍ଘ ସମୟର ସର୍ଚ୍ଚ ଅପରେସନ୍‌ ପରେ ଉଭୟଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking