29.1 C
Bhubaneswar
Monday, March 17, 2025
Homeଅପରାଧବାଇକକୁ ଧକ୍କା ଦେଲା ଟ୍ରକ୍, ୨ ଛାତ୍ର ମୃତ; ଜଣେ ଗୁରୁତର

ବାଇକକୁ ଧକ୍କା ଦେଲା ଟ୍ରକ୍, ୨ ଛାତ୍ର ମୃତ; ଜଣେ ଗୁରୁତର

ଭୁୁବନେଶ୍ୱର: ବାଙ୍କୀ ଟ୍ରକ୍ ଧକ୍କାରେ ୨ ଛାତ୍ର ମୃତ । ଜଣେ ଗୁରୁତର । ବାଙ୍କୀର ଚକୁଳେଶ୍ୱର ଗାଁରୁ ତିନିଜଣ ଦଶମ ଶ୍ରେଣୀ ଛାତ୍ର ଟିଉସନ୍ ସାରି ଘରକୁ ବାଇକ୍ ରେ ଫେରୁଥିବା ବେଳେ ରଣ ଶଙ୍ଖ ଠାରେ ଟ୍ରକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁସାରେ ତିନିଜଣ ଛାତ୍ର ବାଙ୍କୀ ହରିରାଜ ପୁର ଗ୍ରାମର ଆଉ ଜଣଙ୍କ ଘର ବାଙ୍କୀ ଅଞ୍ଚଳର ବୋଲି ଜଣାପଡିଛି । ତିନିଜଣ ଯାକ ଗୋଟିଏ ବାଇକରେ ଏକାଠି ବସି ଘରକୁ ଫେରିଥିବା ବେଳ ରଣ ଶଙ୍ଖ ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଛି ଘଟଣା । ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ ହୋଇଥିବା ବେଳେ । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ପରେ କିଛି ସମୟ ପାଇଁ ରାସ୍ତା ଜାମ୍ ରହିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking