26.1 C
Bhubaneswar
Monday, April 14, 2025
Homeଓଡିଶାବାଇକ୍ ଚୋରି ଅଭିଯୋଗରେ ୨ଛାତ୍ର ଗିରଫ

ବାଇକ୍ ଚୋରି ଅଭିଯୋଗରେ ୨ଛାତ୍ର ଗିରଫ

କେନ୍ଦୁଝର: କେନ୍ଦୁଝର ଟାଉନ ଥାନା ପୋଲିସ ଏକ ମୋଟର ସାଇକେଲ ଚୋରୀ ର‌୍ୟାକେଟ ଠାବ କରିଛି । ବିଭିନ୍ନ ସ୍ଥାନରୁ ଚୋରୀ ହୋଇଥିବା ୪ଟି ମୋଟର ସାଇକେଲ ଜବତ୍ କରିବା ସହ ୨ଜଣ ଛାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ୨ଜଣଙ୍କ ନାମ ହେଲା ଦୀପଙ୍କର ଗୋଚ୍ଛାୟତ(୧୯) ଏବଂ ତାଙ୍କ ଘର ଯୋଡା ପୌରପାଳିକା ଅନ୍ତର୍ଗତ ଆଜାଦବସ୍ତି ବୋଲି ଜଣାପଡିଛି । ସେ କେନ୍ଦୁଝର ସହର ଉପକଣ୍ଠରେ ଥିବା ଘରୋଇ ଇଞ୍ଜିନିୟରିଂ କଲେଜରେ ମାଇନିଂ ଡିପ୍ଲୋମାରେ ଦ୍ୱିତୀୟ ବର୍ଷରେ ପାଠ ପଢୁଥିଲେ । ଅନ୍ୟ ଜଣଙ୍କ ନାମ ରାଜୀବ ଗୋପ(୨୧) ଏବଂ ତାଙ୍କ ଘର ବଡବିଲ ଥାନା ଅନ୍ତର୍ଗତ ଉଲିବୁର ଅଂଚଳରେ ବୋଲି ଜଣାପଡିଛି । ସେ ବଡବିଲରେ ଯୁକ୍ତ ୩ ବାଣିଜ୍ୟରେ ପାଠ ପଢୁଛନ୍ତି । ଡିମ୍ବୋରେ ଏକ ମେସ କରି ଭଡାରେ ଦୀପଙ୍କର ରହୁଥିଲା । ଏକ ଚୋରୀ ମୋଟର ସାଇକେଲ ତାଙ୍କ ଘରେ ଥିବା ସୂଚନା ପାଇ ପୋଲିସ ଗୋଟିଏ ମୋଟର ସାଇକେଲ ଜବତ୍ କରିବା ପରେ ସେଠାରେ ରହୁଥିବା ଦୀପଙ୍କର ଏବଂ ରାଜୀବଙ୍କୁ ଜେରା କରିବା ପରେ ବହୁ ଚୋରୀ ମାମଲାରେ ସେମାନେ ସଂପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି । ଟାଉନ ପୋଲିସ କେସ ନମ୍ବର ୨୦୪/୨୦୨୪ ଦଫା ୩୭୯ ଧାରାରେ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଛି । କେନ୍ଦୁଝର ଟାଉନ ଥାନାରେ ଅଂଚଳରେ ୩ଟି ମୋଟର ସାଇକେଲ ଚୋରୀ ମାମଲାରେ ଏମାନେ ସଂପୃକ୍ତ ଥିବା ଜଣାପଡିଛି । ୨୦୨୩ ମସିହା ଡିସେମ୍ବର ୨୬ ତାରିଖ ରାତିରେ ନରଣପୁର ଗ୍ରାମର ଯଶୋବନ୍ତ ବେହେରାଙ୍କ ଓଡି୦୯-ଡି -୧୨୭୦ ୟୁନିକନ ବାଇକ୍ ଚୋରୀ ହୋଇଥିଲା । ଏ ନେଇ ସେ ଟାଉନ ଥାନାରେ ଡିସେମ୍ବର ୨୭ ତାରିଖରେ ରିପୋର୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking