26.1 C
Bhubaneswar
Saturday, September 21, 2024
Homeଓଡିଶା+୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ, ୭ରୁ ୧୦ ନାମଲେଖା

+୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ, ୭ରୁ ୧୦ ନାମଲେଖା

ଭୁବନେଶ୍ୱର:  ୨୦୨୪-୨୫ ଶିକ୍ଷାବର୍ଷରେ +୨ ପ୍ରଥମ ବର୍ଷରେ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ସୋମବାର ପ୍ରକାଶ ପାଇଛି । ଏହି ପର୍ଯ୍ୟାୟରେ ନାମଲେଖା ପାଇଁ ମୋଟ୍ ୬୦,୫୧୬ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ଏଥିରେ ୩୦,୧୫୦ ଛାତ୍ରୀ ଥିବା ବେଳେ ୩୦,୩୬୬ ଛାତ୍ର ରହିଛନ୍ତି । ତେବେ ମନୋନୀତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସ୍ଲାଇଡ୍‌ଅପ୍ ଅନୁରୋଧକ୍ରମେ ୩୧,୧୨୧ଜଣ ଚୟନ ହୋଇଛନ୍ତି । ମୋଟ ୬୦,୫୧୬ ଛାତ୍ରଛାତ୍ରୀଙ୍କ ମଧ୍ୟରୁ କଳା ବିଭାଗରେ, ୪୬,୦୮୮, ବାଣିଜ୍ୟରେ ୩,୦୧୦, ବିଜ୍ଞାନରେ ୧୦,୬୪୨, ସଂସ୍କୃତରେ ୩୩୬, ଧନ୍ଦାମୂଳକଶିକ୍ଷାରେ ୪୪୦ଜଣ ଚୟନ ହୋଇଛନ୍ତି । ଚୟନ ହୋଇଥିବା ଛାତ୍ରଛାତ୍ରୀମାନେ ୭ରୁ ୧୦ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମଲେଖାଇ ପାରିବେ । ଏହାପରେ ୧୨ରୁ ୧୪ତାରିଖ ମଧ୍ୟରେ ସ୍ପଟ୍ ନାମଲେଖା ପାଇଁ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ । ୨୦ତାରିଖ ପୂର୍ବାହ୍ନ ୧୧ଟାରେ ସ୍ପଟ୍ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ମନୋନୀତ ଛାତ୍ରଛାତ୍ରୀ୨୨ରୁ ୨୮ମଧ୍ୟରେ ନାମଲେଖାଇବେ ।
ଉଲ୍ଲେଖଯୋଗ୍ୟ, ଏହି ପର୍ଯ୍ୟାୟରେ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମ ମାଧ୍ୟମିକ ସ୍କୁଲରେ ସର୍ବାଧିକ କଟ୍ ଅଫ୍ ଯଥାକ୍ରମେ ୭୩%, ୮୮% ଏବଂ ୭୪.୧୭% ଯାଇଛି । ସେହିଭଳି କଳାରେ ଦ୍ୱିତୀୟରେ ୭୦.୮୩% ସହିତ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ୭୦% ସହ ଭଟ୍‌ଲିସ୍ଥିତ କାମଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟରେ ରହିଛି । ବିଜ୍ଞାନରେ ୮୧.୧୭% ସହ ସୋରୋ ସ୍ଥିତ ଉପେନ୍ଦ୍ର ନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଏବଂ ୮୦.୧୭% ସହ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମନ୍ଦିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟରେ ରହିଛି । ସେହିପରି ବାଣିଜ୍ୟରେ ୭୨.୪୦% ସହ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ ଏବଂ ୬୬.୬୭% ସହିତ କଟକ ଶୈଳବାଳା ମହିଳା ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତୃତୀୟରେ ରହିଛି ।
ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ମନୋନୀତ ହୋଇଥିବା ୪,୨୬,୪୭୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩,୨୮,୩୫୪ଜଣ ନାମଲେଖାଇଛନ୍ତି । ନାମଲେଖାଇଥିବା ଛାତ୍ରଛାତ୍ରୀଙ୍କ ଗତ ଅଗଷ୍ଟ୧ତାରିଖରୁ ପାଠପଢ଼ା ଆରମ୍ଭ ହୋଇଛି । ତେବେ ରାଜ୍ୟର ୨,୩୪୧ ଉଚ୍ଚ ମାଧ୍ୟମିକ ସ୍କୁଲରେ ମୋଟ ୫,୪୭,୯୯୩ ସିଟ୍ ରହିଥିବା ବେଳେ ଏବେ ୨,୧୯,୬୩୯ଟି ସିଟ୍ ବଳକା ପଡ଼ିଛି । ଏଥିରୁ କଳା ବିଭାଗରେ ୧,୦୦,୫୯୬, ବିଜ୍ଞାନରେ ୮୩,୬୮୨, ବାଣିଜ୍ୟରେ ୨୨,୫୩୮, ସଂସ୍କୃତରେ ୬,୩୦୧ ଏବଂ ଧନ୍ଦାମୂଳକଶିକ୍ଷାରେ ୬,୫୨୨ଟି ସିଟ୍ ଖାଲି ପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking