32.1 C
Bhubaneswar
Friday, June 28, 2024
Homeଓଡିଶା+୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଲା; ବଳକା ସିଟ୍ ଲାଗି ୧୯ରେ ପ୍ରକାଶ ପାଇବ ୨ୟ...

+୨ ପ୍ରଥମ ପର୍ଯ୍ୟାୟ ନାମଲେଖା ସରିଲା; ବଳକା ସିଟ୍ ଲାଗି ୧୯ରେ ପ୍ରକାଶ ପାଇବ ୨ୟ ପର୍ଯ୍ୟାୟ ମେଧା ତାଲିକା

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ +୨ ପ୍ରଥମ ବର୍ଷ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି । ରାଜ୍ୟର ୨୧୫୮ ଜୁନିୟର କଲେଜରେ ୫ ଲକ୍ଷ ୮ ହଜାର ୪୮୧ ସିଟ ରହିଥିବାବେଳେ ୪ ଲକ୍ଷ ୭୨ ହଜାର ୨୭୯ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ୧୨ ହଜାର ୩୬୮ ପିଲାଙ୍କୁ ସିଟ୍ ଆବଣ୍ଟନ କରାଯାଇଛି। ଗୁରୁବାର ରାତି ୭.୩୦ ସୁଦ୍ଧା ୩ ଲକ୍ଷ ୪୨ ହଜାର ୧୮୦ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୧ ଲକ୍ଷ ୬ ହଜାର ୩୦୧ ଖାଲି ରହିଛି । କଳାରେ ୨ ଲକ୍ଷ ୮୯ ହଜାର ୪୬୬ ସିଟ୍ ରହିଥିବା ବେଳେ୨ଲକ୍ଷ ୫୩ ହଜାର ୧୭୮ ମନୋନୀତ ହୋଇଥିଲେ ।

୨ ଲକ୍ଷ ୧୫ ହଜାର ୨୦୨ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୭୪ ହଜାର ୨୬୪ ସିଟ୍ ବଳକା ରହିଛି । ସେହିପରି ବିଜ୍ଞାନରେ ୧ ଲକ୍ଷ ୫୬ ହଜାର ୬୩୫ ସିଟ୍ ରହିଥିବାବେଳେ ୧ଲକ୍ଷ ୨୧ହଜାର ୨୩ ଜଣ ମନୋନୀତ ହୋଇଥିଲେ । ତେବେ ୯୫ ହଜାର ୮୫୧ ଜଣ ଜଣ ନାମଲେଖାଇଛନ୍ତି ଏବଂ ୬୦ ହଜାର ୭୮୪ ସିଟ୍ ବଳକା ରହିଛି । ବାଣିଜ୍ୟରେ ୩୯ ହଜାର ୨୧୬ ସିଟ୍ ରହିଥିବାବେଳେ ୨୫ ହଜାର ୧୬୮ ଜଣ ମନୋନୀତ ହୋଇଥିଲେ ।

ସେମାନଙ୍କ ମଧ୍ୟରୁ ୨୦ହଜାର ୭୦୯ ଜଣ ନାମଲେଖାଇଛନ୍ତି ଏବଂ ୧୮ ହଜାର ୫୦୭ ସିଟ୍ ଖାଲି ରହିଛି । ସେହିପରି ସଂସ୍କୃତରେ ୧୨ ହଜାର ୬୭୨ ସିଟ୍ ରହିଥିବାବେଳେ ୭ ହଜାର ୭୭୯ ଜଣ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୬ ହଜାର ୩୪୪ ଜଣ ନାମଲେଖାଇଛନ୍ତି ଏବଂ ୬ ହଜାର ୩୨୮ ସିଟ୍ ବଳକା ରହିଛି । ଧନ୍ଦାମୂଳକଶିକ୍ଷାରେ ୧୦ ହଜାର ୪୯୨ ସିଟ୍ ରହିଥିବାବେଳେ ୫ ହଜାର ୨୨୦ ଜଣ ମନୋନୀତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ମାତ୍ର ୪ ହଜାର ୭୪ ଜଣ ନାମଲେଖାଇଛନ୍ତି ଏବଂ ୬ ହଜାର ୪୧୮ ସିଟ ଖାଲି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ । ଏହାର ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ । ସେହିପରି ଅନ୍‌ଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସରିବ । ଅଗଷ୍ଟ ୧ ତାରିଖରୁ ଯୁକ୍ତ ୨ପ୍ରଥମ ବର୍ଷର ପାଠପଢ଼ା ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking