18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶସୁପ୍ରିମ୍‌କୋର୍ଟ ଜଜ୍ ପାଇଁ ୨ ଜଣଙ୍କ ନାମ ସୁପାରିସ

ସୁପ୍ରିମ୍‌କୋର୍ଟ ଜଜ୍ ପାଇଁ ୨ ଜଣଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ବିଚାରପତି (ଜଜ୍‌) ପଦରେ ନିଯୁକ୍ତି ପାଇବାକୁ କଲେଜିୟମ ପକ୍ଷରୁ ଦୁଇଜଣଙ୍କ ନାମ ସୁପାରିସ କରାଯାଇଛି । ଏମାନେ ହେଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଏବଂ ବରିଷ୍ଠ ଆଇନଜୀବୀ କେ.ଭି.ବିଶ୍ୱନାଥନ । ଯଦି କେନ୍ଦ୍ର ସରକାର ଏହି ସୁପାରିସକୁ ଅନୁମୋଦନ କରନ୍ତି, ତେବେ ୨୦୩୦ ସୁଦ୍ଧା ବିଶ୍ୱନାଥନ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଆସନ ଅଳଙ୍କୃତ କରିବେ ବୋଲି ଜଣାପଡିଛି ।

ତାଙ୍କର କାର୍ଯ୍ୟକାଳ ୨୦୩୧ ମେ’ ୨୫ରେ ପୂରିବ । ସୂଚନାଯୋଗ୍ୟ ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ଏମ.ଆର.ଶାହ ଇତିମଧ୍ୟରେ ଅବସର ନେଇଥିବାରୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୨କୁ ହ୍ରାସ ପାଇଛି । ତେବେ ଜଷ୍ଟିସ ମିଶ୍ର ଓ ବିଶ୍ୱନାଥନ ନିଯୁକ୍ତି ପାଇଲେ ସୁପ୍ରିମକୋର୍ଟରେ ବିଚାରପତି ସଂଖ୍ୟା ସର୍ବାଧିକ ୩୪ ଛୁଇଁବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking