ଭୁବନେଶ୍ୱର : ରାଜ୍ୟରେ ମୌସୁମୀ ବାୟୁ ପୁଣି ଥରେ ସକ୍ରିୟ ହୋଇଛି । ଏହାର ପ୍ରଭାବରେ ଗୁରୁବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ଏହାରି ଭିତରେ ପୁଣି ୨ଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମଟି ଆସନ୍ତା ୭ ତାରିଖରେ ସୃଷ୍ଟି ହେବା ନେଇ ଆକଳନ କରାଯାଉଥିବାବେଳେ ୨ୟଟି ୧୩ରୁ ୧୪ ତାରିଖ ମଧ୍ୟରେ ହେବ ବୋଲି କୁହାଯାଇଛି ।