30.1 C
Bhubaneswar
Wednesday, April 24, 2024
Homeଖେଳକ୍ୱାର୍ଟର୍‌ରେ ସିନ୍ଧୁ ଓ ଶ୍ରୀକାନ୍ତ

କ୍ୱାର୍ଟର୍‌ରେ ସିନ୍ଧୁ ଓ ଶ୍ରୀକାନ୍ତ

ନୂଆଦିଲ୍ଲୀ : ଦେଶର ତାରକା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ପିଭି ସିନ୍ଧୁ ଓ କିଦାମ୍ବୀ ଶ୍ରୀକାନ୍ତ ଯଥାକ୍ରମେ ମହିଳା ଓ ପୁରୁଷ ସିଙ୍ଗଲ୍ସରେ କ୍ୱାର୍ଟର୍ ଫାଇନାଲ୍‌କୁ ଉନ୍ନୀତ ହୋଇଛନ୍ତି । ୨୦୧୮ ସଂସ୍କରଣରେ ରୌପ୍ୟ ପଦକ ଜିତିଥିବା ସିନ୍ଧୁ ଉଗାଣ୍ଡାର ହୁସିନା କୋବୁଗାବେଙ୍କୁ ୨୧-୧୦, ୨୧-୯ରେ ପରାସ୍ତ କରି ବେଶ୍ ସହଜ ବିଜୟ ହାସଲ କରିଛନ୍ତି । ସେମିଫାଇନାଲ୍‌ରେ ପହଞ୍ଚିବା ସକାଶେ ସିନ୍ଧୁଙ୍କୁ ମାଲେସିଆର ଗୋହ ଜିନ୍ ୱେଇଙ୍କୁ ହରାଇବାକୁ ପଡ଼ିବ । ସେହିପରି ଶ୍ରୀକାନ୍ତ ମଧ୍ୟ ଶ୍ରୀଲଙ୍କାର ଦୁମିନ୍ଦୁ ଆବେବିକ୍ରମଙ୍କ ବିପକ୍ଷରେ ୨୧-୯, ୨୧-୧୨ରେ ବେଶ୍ ସହଜରେ ବିଜୟୀ ହୋଇଛନ୍ତି ।

କ୍ୱାର୍ଟର୍ ଫାଇନାଲ୍‌ରେ ପୂର୍ବତନ ବିଶ୍ୱର ଏକ ନମ୍ବର ଖେଳାଳି ଶ୍ରୀକାନ୍ତ ଅନ୍ତର୍ଜାତୀୟ ର‌୍ୟାଙ୍କିଙ୍ଗ୍‌ରେ ୫୪ତମ ସ୍ଥାନରେ ଥିବା ଇଂଲଣ୍ଡର ଟୋବି ପେଣ୍ଟିଙ୍କୁ ଭେଟିବେ । ଏହାଛଡ଼ା ମହିଳା ଡବଲ୍ସରେ ଗାୟତ୍ରୀ ଗୋପୀଚାନ୍ଦ ଓ ତ୍ରିସା ଜୋଲି ଯୋଡ଼ି ୨୧-୨, ୨୧-୪ରେ ମରିସସ୍ ଯୋଡ଼ି ଜେମିମାହ ଲିଉଙ୍ଗ୍ ଫୋର୍ ସାଙ୍ଗ-ଗଣେଶା ମୁଙ୍ଗରାହଙ୍କୁ ପରାସ୍ତ କରି ଅନ୍ତିମ ୮ ଯୋଡ଼ିରେ ସାମିଲ୍ ହୋଇଛନ୍ତି । କ୍ୱାର୍ଟର୍ ପର୍ଯ୍ୟାୟରେ ଏହି ଯୋଡ଼ିର ମୁକାବିଲା ଜାମାଇକାର ତାହଲିଆ ରିଚାର୍ଡସନ୍‌-କାଥେରିନ୍ ୱିଣ୍ଟର୍ ଯୋଡ଼ି ସହ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking