23.1 C
Bhubaneswar
Friday, January 10, 2025
Homeଓଡିଶାବନ୍ଧାହେଲେ ଆଉ ୨ ବଜ୍ରକାପ୍ତା ଶିକାରୀ

ବନ୍ଧାହେଲେ ଆଉ ୨ ବଜ୍ରକାପ୍ତା ଶିକାରୀ

ଯାଜପୁର : କଟକ ବନଖଣ୍ଡ ସୁକିନ୍ଦ‌ା ରେଞ୍ଜ୍ ଓ ସେକ୍ସନ ଓଳିଆ ପଞ୍ଚାୟତ ସୁନାଝର ପାହାଡ଼ ତଳ ସୁକରଣ ଜଙ୍ଗଲ ପାଖ ବନରାସ୍ତାରୁ ଗତ ୧ ତାରିଖରେ ସ୍ଥାନୀୟ କଳିଙ୍ଗନଗର ଥାନା ଗୋବରଘାଟି ଗ‌ାଁର ଯୁବକ ଦୈତାରୀ ବିନ୍ଧାଣି ପାଖରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଥିଲା। ସହକାରୀ ବନ ସଂରକ୍ଷକ ତାପସ କୁମାର ବେହେରା, ରେଞ୍ଜର ବିପିନ ବିହାରୀ ରାଉତରାୟ ଓ ବନପାଳ ମନୋରମା ହୋତା ସଦଳବଳ ଚଢ଼ଉକରି ଏହି ବଜ୍ରକାପ୍ତାକୁ ସୁକରଣ ରାସ୍ତା ମଝିରୁ ଏହାକୁ ଉଦ୍ଧାର କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ଦୈତାରୀକୁ କେସ୍ ନଂ ୧୪୫/୨୪ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨ର ଧାରା ୯, ୩୯(କ), ୪୯ ଆଧାରରେ କୋର୍ଟ ଚାଲାଣ ପରେ ଜେଲ୍‌ ପଠାଯାଇଥିଲା। ତେବେ ତା’ର ୨ କକାପୁଅ ଭାଇ ବଜ୍ରକାପ୍ତା ଧରି ତାକୁ ଦେଇଥିଲେ ବୋଲି ଅଭିଯୁକ୍ତ ସେଦିନ ତା’ ବୟାନରେ କହିଥିଲା। ‌ବନ ବିଭାଗ ଚଢ଼ଉ ଜାଣି ଅଭିଯୁକ୍ତ ଦ୍ବୟ ସେହିଦିନରୁ ଘର ଛାଡ଼ି ଫେରାର୍‌ ଥିଲେ। ଆଜି ଅଭିଯୁକ୍ତ ୨ ଭାଇ ସେହି ଗୋବରଘାଟି ଗାଁର କହ୍ନେଇ ବିନ୍ଧାଣୀଙ୍କ ୨ ପୁଅ ଚୈତନ୍ୟ(୧୯) ଓ ସନାତନ(୨୧) ଗାଁରେ ଥିବା ସୂଚନାପ‌ାଇ ତଦନ୍ତକାରୀ ଅଧିକାରୀ ସହକାରୀ ବନ ସଂରକ୍ଷକ ଅନିଲ କୁମାର ରାୟ ସଦଳବଳ ଉଭୟଙ୍କୁ ଗାଁ ପାଖ ଲ‌ୟୋଲା ସ୍କୁଲ ପାଖରେ ମାଡ଼ି ବସିଥିଲେ। ଅଭିଯୁକ୍ତ ୨ ଭାଇଙ୍କୁ ଉକ୍ତ କେସ୍ ଓ ଦଫାରେ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ଉଭୟଙ୍କୁ ବିଚାର ବିଭାଗୀୟ ହାଜତ ପଠାଯାଇଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking