28.1 C
Bhubaneswar
Sunday, September 22, 2024
Homeଓଡିଶାମାଟି ଅତଡା ଧସି ୨ ଶ୍ରମିକ ମୃତ

ମାଟି ଅତଡା ଧସି ୨ ଶ୍ରମିକ ମୃତ

କେନ୍ଦୁଝର: ପାଇପ ଲାଇନ ମରାମତି ବେଳେ ହଠାତ ମାଟି ଅତଡା ଧସିଯିବାରୁ ୨ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଯୋଡା ଥାନା କମାରଜୋଡାରେ ଏହି ଅଘଟଣ ଘଟିଛି। ମାଟିତଳେ ପୋତି ହୋଇଯିବାରୁ ୨ଶ୍ରମିକ ପ୍ରାଣ ହରାଇଛନ୍ତି। ମୃତ ଶ୍ରମିକ ତଲହ ହଟିଂର ଚରଣ ଲୋହାର ଓ ଅର୍ଜୁନ ଲୋହାର।

ଏକ ଠିକା କମ୍ପାନୀ ପାଇପ ଲାଇନ କାମ ଚଳାଇଥିଲା। ଅଣ୍ଡରଗ୍ରାଉଣ୍ଡ ଡ୍ରେନେଜ ପାଇଁ ଡିଆଇ ପାଇପ ଲାଇନ ବିଛା କାମ ଚାଲିଥିଲା। ତେବେ ଏହି ସମୟରେ ମାଟି ଅତଡା ଧସିଯାଇଥିଲା। ମାଟିତଳେ ୨ଶ୍ରମିକ ପୋତି ହୋଇଯାଇଥିଲେ। ଦମକଳ ବାହିନୀ ଓ ପୋଲିସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଥିଲା।ପରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking