ମୁମ୍ବାଇ: ମୁମ୍ବାଇରେ ଦୁଇଟି ଦୁର୍ଘଟଣା ହୋଇଛି । ନାନାବତୀ ହସ୍ପିଟାଲ୍ ନିକଟରେ ଥିବା ଏକ ବିଲ୍ଡିଂର ବାଲ୍କୋନୀ ଭୁଶୁଡ଼ି ପଡ଼ିବା ଫଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି ଏବଂ ତିନିଜଣ ଆହତ ହୋଇଛନ୍ତି । ସେହିପରି ଘାଟକୋପାର୍ ଅଞ୍ଚଳରେ ସକାଳେ ଏକ ଚାରିମହଲା ବିଶିଷ୍ଟ ଏକ ଆବାସିକ ବିଲ୍ଡିଂ ଗୋଟିଏ ଭାଗ ଭୁଶୁଡ଼ିପଡ଼ିଛି । ଫାୟାର୍ ବ୍ରିଗେଡ୍ କର୍ମୀ ପହଞ୍ଚି ଧ୍ୱଂବାବଶେଷ ତଳୁ ଦୁଇଜଣଙ୍କୁ ଉଦ୍ଧାର କରିଛି । ଆଉ ଦୁଇଜଣ ଲୋକ ଫସିରହିଥିବା ଜଣାପଡ଼ିଛି । ଏହି ଦୁର୍ଘଟଣା ରାଜୱାଡ଼ି କଲୋନୀର ଚିତ୍ତରଞ୍ଜନ ନଗରରେ ହୋଇଛି । ସେମାନଙ୍କୁ ବଞ୍ଚାଇବା ନିମନ୍ତେ ରେସ୍କ୍ୟୁ ଅପରେସନ୍ ଚାଲିଛି । ରବିବାର ଅପରାହ୍ଣରେ ନାନାବତୀ ହସ୍ପିଟାଲ୍ ନିକଟ ସେଣ୍ଟ୍ ବ୍ରେଜ୍ ରୋଡ଼ରେ ଥିବା ବିଲ୍ଡିଂର ବାଲ୍କୋନୀ ଭୁଶୁଡ଼ି ପଡ଼ିବା ଫଳରେ ପାଞ୍ଚଜଣ ଲୋକ ଆହତ ହୋଇଥିଲେ । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଦୁଇଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।