26.1 C
Bhubaneswar
Monday, June 23, 2025
Homeଦେଶ ବିଦେଶସମୁଦ୍ର କୂଳ ଆକାଶରେ ୨ ହେଲିକପ୍ଟର ମୁହାଁମୁହିଁ ଧକ୍କା; ଚାଲିଗଲା ୪ ଜୀବନ

ସମୁଦ୍ର କୂଳ ଆକାଶରେ ୨ ହେଲିକପ୍ଟର ମୁହାଁମୁହିଁ ଧକ୍କା; ଚାଲିଗଲା ୪ ଜୀବନ

ନୂଆଦିଲ୍ଲୀ: ସମୁଦ୍ର କୂଳ ଆକାଶରେ ହଠାତ ଶୁଭିଲା ଏକ ଭୟଙ୍କର ଶବ୍ଦ । ସମୁଦ୍ର ଲହଡି ଏବଂ ସୁନ୍ଦର ପରିବେଶର ମଜା ନେଉଥିବା ଲୋକମାନେ ସ୍ତବ୍ଧ ହୋଇ ଆକାଶକୁ ଚାହିଁ ରହିଲେ । ଆଉ କିଛି ସମୟ ପରେ ବାଲିରେ ଅନେକ ଅଙ୍ଗାର ଆଉ କିଛି ଭଙ୍ଗାରୁଜା ଟୁକୁଡା । କିଛି ଜାରିବା ଆଉ ବୁଝିବା ଆଗରୁ ଶାନ୍ତ ପଡିଯାଇଥିଲା ସାରା ଅଞ୍ଚଳ । କାରଣ ସମୁଦ୍ର କୂଳ ଆକାଶରେ ମୁହାଁମୁହିଁ ଧକ୍କା ହୋଇଥିଲା ଦୁଇଟି ହେଲିକପ୍ଟର ।

ଘଟଣାଟି ଘଟିଯାଇଛି କ୍ୱିନ୍ସଲାଣ୍ଡ ରାଜ୍ୟର ସି ୱାର୍ଲଡ ମ୍ୟାନ ବିଚ୍ ସମୁଦ୍ର କୂଳରେ । ଗୋଟିଏ ହେଲିକପ୍ଟର ଟେକ୍ ଅପ୍ କରୁଥିବା ସମୟରେ ସମୁଦ୍ର କୂଳରେ ଆଉ ଏକ ହେଲିକପ୍ଟର ଲାଣ୍ଡିଂ କରୁଥିଲା । ତେବେ ସାମାନ୍ୟ ଅସାବଧାନତା ଯୋଗୁଁ ଉଭୟ ହେଲିକପ୍ଟର ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଛି । ତେବେ ଏହି ଭୟଙ୍କର ଦୁର୍ଘଟରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ସ୍ଥିତିରେ ଦୁର୍ଘଟଣା ସ୍ଥାନକୁ ଖାଲି କରିଦିଆଯାଇଛି। ମାମଲାର ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking