ଛତ୍ରପୁର : ସମୁଦ୍ରରେ ଗାଧୋଇବା ବେଳେ ଭାଶିଗଲେ ଦୁଇ ଝିଅ। ଜଣେ ମୃତ ଜଣେ ନିଖୋଜ। ଛତ୍ରପୁର ବ୍ଲକ ମେରାଇନ ଥାନା ବଡ଼ଆର୍ଜିପଲ୍ଲୀ ଗାଁରେ ଏଭଳି ଘଟଣା ଘଟିଛି। ମୃତକଙ୍କ ନାମ ସ୍ୱପ୍ନା ରାଣୀ ପଣ୍ଡିତ (୨୦ ବର୍ଷ)। ସୂଚନାନୁଯାୟୀ, ଗୋଳନ୍ଥରା ଥାନା କନିସିହାଟ ପ୍ରେମାନନ୍ଦ ପଣ୍ଡିତଙ୍କ ଝିଅ ସ୍ୱପ୍ନା ରାଣୀ ପଣ୍ଡିତ ଓ ଅନ୍ୟ ଜଣେ ଝିଅ ତାଙ୍କ ପରିବାର ସହିତ ବଡ଼ ଆର୍ଜିପଲ୍ଲୀ ସମ୍ପର୍କୀୟଙ୍କ ଘରକୁ ଠାକୁରାଣୀ ଯାତ୍ରା ଦେଖିବାକୁ ଆସିଥିଲେ। ଗୁରୁବାର ସକାଳେ ଦୁହେଁ ମିଶି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଏତିକି ବେଳେ ଦୁଇ ଜଣ ଭାସି ଯାଇଥିଲେ। ଫଳରେ ସ୍ଵପ୍ନାଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ନିଖୋଜ ଅଛନ୍ତି। ସ୍ଵପ୍ନାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକ ଛତ୍ରପୁର ମେଡିକାଲକୁ ଆଣିଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ତେବେ ଅନ୍ୟ ବାଳିକାର ନାମ ଜଣା ପଡ଼ିନାହିଁ। ସେ ବର୍ତ୍ତମାନ ସୁଦ୍ଧା ନିଖୋଜ ଅଛନ୍ତି।