ହୀରାକୁଦ : ଗତ ରବିବାର ହୀରାକୁଦର ୨୦ଟି ଗେଟ୍ ଖୋଲା ଯାଇଥିଲା । ମାତ୍ର ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ୨ଟି ଗେଟ୍କୁ ବନ୍ଦ କରି ଦିଆଯାଇଛି। ଫଳରେ ଏବେ ହୀରାକୁଦ ଡ୍ୟାମର ୧୮ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ହୀରାକୁଦର ଦୁଇଟି ଗେଟ୍ ବନ୍ଦ ହେବା ଦ୍ୱାରା କଟକ ମୁଣ୍ଡଳୀ ଠାରେ ମହାନଦୀର ଜଳସ୍ତର ହ୍ରାସ ପାଉଛି । ହୀରାକୁଦର ଜଳସ୍ତର ଆଜି ସକାଳ ସୁଦ୍ଧା ୬୧୧.୮୫ ଫୁଟ ରହିଛି । ଡ୍ୟାମ ଭିତରକୁ ୧,୫୭,୨୭୨ କ୍ୟୁସେକ ପ୍ରବେଶ କରୁଥିବା ବେଳେ ୩,୦୯,୭୪୦ କ୍ୟୁସେକ ନିଷ୍କାସିତ ହେଉଛି। ଏବେ ହୀରାକୁଦର ବାମ ପାର୍ଶ୍ୱରେ ୧୨ ଓ ଦକ୍ଷିଣ ପାର୍ଶ୍ୱରେ ୬ଟି ଗେଟ୍ ଖୋଲା ଅଛି।