17.1 C
Bhubaneswar
Friday, January 10, 2025
Homeଓଡିଶାସରିଲା +୨ ପରୀକ୍ଷା, ୨୨ରୁ ଆରମ୍ଭ ହେବ ମୂଲ୍ୟାଙ୍କନ ପ୍ରକ୍ରିୟା

ସରିଲା +୨ ପରୀକ୍ଷା, ୨୨ରୁ ଆରମ୍ଭ ହେବ ମୂଲ୍ୟାଙ୍କନ ପ୍ରକ୍ରିୟା

ଭୁବନେଶ୍ୱର: ଗତ ୧୬ତାରିଖରୁ ଆରମ୍ଭ ହୋଇଥିବା +୨ ପରୀକ୍ଷା ଆଜି ଶେଷ ହୋଇଛି । ତେବେ ଆସନ୍ତା ୨୨ ତାରିଖରୁ ଖାତା ଦେଖା ଆରମ୍ଭ ହେବ । ଦୁଇଟି ପର୍ଯ୍ୟୟରେ ଖାତାଦେଖା ହେବ । ମାର୍ଚ୍ଚ ୨୨ତାରିଖରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ମୂଲ୍ୟାୟନ ହେବ । ସେହିପରି ଏପ୍ରିଲ ୪ରୁ ଏପ୍ରିଲ ୧୫ ତାରିଖ ଯାଏଁ ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ହେବ । ଖାତାଦେଖା ଲାଗି ୪୧ଟି ଇ-ମୂଲ୍ୟାଙ୍କନ ଏବଂ ୬୧ଟି ଅପ୍‌ଲାଇନ୍ କେନ୍ଦ୍ରରେ ଖାତାଦେଖା ହେବ । ସମସ୍ତ ବିଜ୍ଞାନ ଏବଂ ବାଣିଜ୍ୟର ଉତ୍ତରଖାତା ଇ-ମୂଲ୍ୟାଙ୍କନ ପ୍ରକ୍ରିୟାରେ କରାଯିବ । ମେ ୧୫ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି ।

ଚଳିତ ବର୍ଷ ଇ-ମୂଲ୍ୟାଙ୍କନ ଲାଗି ୨୭ଶହ ଏବଂ ଅଫ୍‌ଲାଇନ୍ ଖାତାଦେଖା ଲାଗି ୩୯୦୦ ଅଧ୍ୟାପକ, ଅଧ୍ୟାପିକାଙ୍କୁ ନିଯୁକ୍ତି କରାଯିବ । ଚଳିତବର୍ଷ ମୋଟ୍ ୩ ଲକ୍ଷ ୮୬ ହଜାର ୨୫୦ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଏବଂ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ୨୬ ହଜାର ୫୨ ଜଣ ରହିଛନ୍ତି । ସେମାନଙ୍କ ମଧ୍ୟରୁ କଳାରେ ୨ ଲକ୍ଷ ୩୭ ହଜାର ୭୫୦, ବିଜ୍ଞାନରେ ୧ ଲକ୍ଷ ୧୬ ହଜାର ୬୨୦, ବାଣିଜ୍ୟରେ ୨୬ ହଜାର ୮୯ ଜଣ ଥିବା ବେଳେ ଧନ୍ଦାମୂଳକରେ ୫ହଜାର ୭୯୧ ଜଣ ଏଥର ପରୀକ୍ଷା ଦେଇଛନ୍ତି । ମୋଟ ୧୯ଟି ସିଟିଂରେ ପରୀକ୍ଷା କରାଯାଇଥିଲା । ତେବେ ମେ’ ୧୫ତାରିଖ ସୁଦ୍ଧା ସମସ୍ତ ଷ୍ଟ୍ରିମର ରେଜଲ୍ଟ ପ୍ରକାଶ କରିବାକୁ +୨ ପରିଷଦ ପକ୍ଷରୁ ଲକ୍ଷ୍ୟ ରଖାଯାଇଥିବା ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ ସୂଚନା ଦେଇଛନ୍ତି । ଏହାବ୍ୟତୀତ ମୁଲ୍ୟାଙ୍କନ ପ୍ରକ୍ରିୟା ଲାଗି କଡା ପଦକ୍ଷେପ ଗ୍ରହଣ କରାଯାଇଛି । ମୂଲ୍ୟାଙ୍କନରେ ଯେପରି କୌଣସି ତୃଟି ନରହିବ ସେଥିଲାଗି ଆଗୁଆ ସମସ୍ତ ସତର୍କ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking