23.1 C
Bhubaneswar
Friday, November 22, 2024
Homeଓଡିଶାବାତିଲ୍ ହେବ +୨ ପରୀକ୍ଷା !

ବାତିଲ୍ ହେବ +୨ ପରୀକ୍ଷା !

ଭୁବନେଶ୍ୱର : ସିବିଏସ୍‌ଇ ଦ୍ୱାଦଶ ପରୀକ୍ଷା ବାତିଲ ପରେ ତତ୍ପର ହୋଇଛନ୍ତି ରାଜ୍ୟ ସରକାର । ବୁଧବାର ସ୍କୁଲ ଓ ଗଣଶିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ +୨ ପରୀକ୍ଷା ହେବ କି ନାହିଁ, ସେ ନେଇ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏଥିରେ ମନ୍ତ୍ରୀ ଓ ସଚିବଙ୍କ ସହ +୨ ପରିଷଦର ଅଧ୍ୟକ୍ଷ, ପରୀକ୍ଷାନିୟନ୍ତ୍ରକ ଉପସ୍ଥିତି ଥିବା କୁହାଯାଉଛି । ତେବେ +୨ ପରୀକ୍ଷା ନେଇ ଆଜିର ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଭିଡିଓ କନଫରେନ୍ସିଂରେ ବିଚାରବିମର୍ଶ ପରେ ଗୁରୁବାର ଏନେଇ କିଛି ବଡ଼ଘୋଷଣା କରାଯିବା ନେଇ ଚର୍ଚ୍ଚା ହେଉଛି ।

ଫଳ ପ୍ରକାଶ ଲାଗି ବିକଳ୍ପ ବ୍ୟବସ୍ଥା ପରିଷଦ ପକ୍ଷରୁ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ମହାମାରୀ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସ୍‌ଇ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରିଛନ୍ତି । ପରୀକ୍ଷା ବାତିଲ ହୋଇଥିଲେ ହେଁ ପିଲାଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି । ଯେଉଁ ଛାତ୍ରଛାତ୍ରୀ ଚାହିଁବେ, ସେମାନେ ପରୀକ୍ଷା ଦେଇପାରିବ ବୋଲି କେନ୍ଦ୍ର ସରକାର କହିଛନ୍ତି । କରୋନା ସ୍ଥିତି ଦେଶରେ ସୁଧୁରିଲେ ଆଗ୍ରହୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇପାରିବେ । ରେଜଲ୍ଟ ପ୍ରକାଶ କରିବାକୁ ଉଚିତ ବ୍ୟବସ୍ଥା କରାଯିବ । ସେହିପରି +୨ ପରିଷଦ ପକ୍ଷରୁ କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ ତାକୁ ନେଇ ଚିନ୍ତାରେ ରହିଛନ୍ତି ଛାତ୍ରଛାତ୍ରୀ । ଅପରପକ୍ଷେ ଯଦି ପରୀକ୍ଷା ବାତିଲ କରାଯାଏ, ତେବେ +୩ ପ୍ରଥମବର୍ଷ ନାମଲେଖା କିପରି ହେବ ତାହା ମଧ୍ୟ ଚିନ୍ତାର କାରଣ ପାଲଟିଛି ।

ସେହିପରି ଜେଇଇ, ନିଟ୍ ପରୀକ୍ଷାକୁ ନେଇ ଅଭିଭାବକ ଓ ପିଲାମାନେ ବିଚଳିତ ହୋଇପଡ଼ିଛନ୍ତି । ବିଶେଷକରି +୩ରେ ଅନର୍ସ ବା ସମ୍ମାନ ରଖିବାକୁ ଆଗ୍ରହୀ ଛାତ୍ରଛାତ୍ରୀ କିପରି ନିଜ ପସନ୍ଦାର ଅନର୍ସ ସିଟ୍ ପାଇବେ ତାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି । ଯଦି ପରୀକ୍ଷା ନହୁଏ, ତେବେ କେଉଁ ଆଧାରରେ ମାର୍କିଂ କରାଯିବ ତହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟିକରିଛି । କାରଣ +୨ ପ୍ରଥମ ବର୍ଷ ପରୀକ୍ଷା ଅନେକ କଲେଜରେ ହୋଇନଥିବା ବେଳେ ପ୍ରାୟ ୬୦% ପିଲା ମଧ୍ୟ ପ୍ରଥମବର୍ଷ ପରୀକ୍ଷା ଦେଇନାହାନ୍ତି । ତେଣୁ ବିକଳ୍ପ ବ୍ୟବସ୍ଥା ଆପଣାଇବାରେ +୨ ପରିଷଦ ଆଣ୍ଠେଇବା ଏବେଠାରୁ ସ୍ପଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking